ମିଳିତ ମଞ୍ଚର ଆନ୍ଦୋଳନକୁ ୧୯ ଦିନ ବିତିଲା : କାଲିଠୁ ରାଜ୍ୟବ୍ୟାପୀ ଆନ୍ଦୋଳନ; ୬ରୁ ବିିଧାୟକଙ୍କ ଘର ଘେରାଉ, ସ୍କୁଲ ଓ କଲେଜରେ ତାଲା

୧୦ରୁ ୩୧୪ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସଭା, ୧୭ରୁ ପଞ୍ଚାୟତ ବୁଲିଲେ ଶିକ୍ଷକ, ଅଧ୍ୟାପକ, କର୍ମଚାରୀ

0 157

ଭୁବନେଶ୍ୱର : ୧୯ ଦିନର ଆନ୍ଦୋଳନ ପରେ ବି ଦାବି ପୂରଣ ହୋଇ ନଥିବାରୁ ଚରଣ ପନ୍ଥା ଆପଣାଇବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଗୁରୁ ଦିବସଠାରୁ ଶିକ୍ଷକମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ସହ ବିଧାୟକଙ୍କ ବାସଭବନ ଘେରାଉ କରିବାକୁ ଆଜି ବସିଥିବା ମିଳିତ ମଞ୍ଚ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରମିକ ଭବନରେ ବସିଥିବା ବୈଠକ ନିଷ୍ପତ୍ତି ଅନୁଯାୟୀ ଶିକ୍ଷକ ମାରଣ ନୀତିକୁ ବିରୋଧ କରି ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରାଯିବ। ସେହିଦିନ ୬୦ ହଜାରରୁ ଅଧିକ ଶିକ୍ଷକ ଲୋୟର ପିଏମ୍‌ଜିରେ ଶୋଭାଯାତ୍ରା କରିବେ।

ସେପ୍ଟେମ୍ବର ୬ରୁ ସମସ୍ତ ନୂତନ ଅନୁଦାନପ୍ରାପ୍ତ(ବ୍ଲକଗ୍ର୍ରାଣ୍ଟ), ଅନୁଦାନ ପ୍ରତ୍ୟାଶୀ ସ୍କୁଲ ଓ କଲେଜ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ। ୫ରୁ ୭ ତାରିଖ ପର୍ଯ୍ୟନ୍ତ ୬୦ ହଜାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଭୁବନେଶ୍ୱରରେ ରହିବେ। ୬ ତାରିଖ ପୂର୍ବାହ୍ନରୁ ୭ ତାରିଖ ଅପରାହଣ୍‌ ପର୍ଯ୍ୟନ୍ତ ବିଧାୟକଙ୍କ ବାସଭବନ ଘେରାଉ ହେବ। ସେହିଦିନଠାରୁ ପ୍ରତି ସ୍କୁଲ ଓ କଲେଜରୁ ଦୁଇ ଜଣ, ଉଚ୍ଚପ୍ର୍ରାଥମିକ ବିଦ୍ୟାଳୟ, ମଦ୍ରାସା, ସଂସ୍କୃତ ଟୋଲ ବିଦ୍ୟାଳୟରୁ ଜଣେ ଲେଖାଏ ବିଧାନସଭା ଶେଷ ପର୍ଯ୍ୟନ୍ତ ଭୁବନେଶ୍ୱର ଆନ୍ଦୋଳନରେ ଉପସ୍ଥିତ ରହିବେ। ୧୦ ତାରିଖଠାରୁ ସ୍କୁଲ ଓ କଲେଜର ଅନ୍ୟ ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଓ ପ୍ରତିବାଦ ସଭାରେ ସାମିଲ ହେବେ। ପ୍ରତି ସଭାକୁ ବ୍ଲକର ସମସ୍ତ ନିର୍ବାଚିତ ପ୍ରତିନିଧି, ସ୍କୁଲ ଓ କଲେଜର ପରିଚାଳନା କମିଟି ସଦସ୍ୟ ଓ ବୁଦ୍ଧିଜୀବୀଙ୍କୁ ନିମନ୍ତ୍ରଣ କରାଯିବ।

Panda Mobile only

୧୭ ତାରିଖରୁ ପ୍ରତିଦିନ ଗୋଟିଏ ପଞ୍ଚାୟତରେ ପଦଯାତ୍ରା/ମୋଟର ସାଇକେଲ୍‌ ଶୋଭାଯାତ୍ରା ପରିକ୍ରମା କରିବା ସହ ପଞ୍ଚାୟତ ମୁଖ୍ୟାଳୟରେ ସାଧାରଣ ସଭା ହେବ। ଲୋକଙ୍କୁ ଲିଫ୍‌ଲେଟ୍‌ ପ୍ରଦାନ କରାଯିବ। ଆନ୍ଦୋଳନ ଚାଲୁଥିବା ସମୟରେ ମଧ୍ୟାହ୍ନଭୋଜନ କାର୍ଯ୍ୟ ବନ୍ଦ ରହିବ। ଉଭୟ ବିଧାନସଭା ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଲୁଥିବା ଧାରଣା ସ୍ଥଳରେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ଉପସ୍ଥାନ ନିଆଯିବ। ଖୋଲା ରଖିଥିବା ସ୍କୁଲ ଓ କଲେଜ ଆଗରେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ପିକେଟିଂ କରି ବନ୍ଦ କରିବେ। ଏହି ନିଷ୍ପତ୍ତିଗୁଡ଼ିକୁ ପାଳନ କରିବାକୁ ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଦାବି କରିଛି ନିଖିଳ ଉତ୍କଳ ଶିକ୍ଷକ ମହାସଂଘ। ମହାସଂଘର ସାଧାରଣ ସମ୍ପାଦକ ଅଧ୍ୟାପକ ରବି ରାୟ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ ୨୦୦୫ରୁ ବ୍ଲକଗ୍ରାଣ୍ଟ ପରି ପ୍ରଥା ୨୦୦୫ରୁ ଲାଗୁ କରାଯାିଛି। ଏଥିରେ ଚାକିରି ସର୍ତ୍ତାବଳୀ ନାହିଁ, ପେନ୍‌ସନ୍‌ ନାହିଁ, ଜିପିଏଫ୍‌ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ନାହିଁ। ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ଚାକିରି ସର୍ତ୍ତ ସହ ପୂର୍ଣ୍ଣ ଅନୁଦାନ ଦେବାକୁ ଶିକ୍ଷକ ମହାସଂଘ ବାରମ୍ବାର ଦାବି କରିଛି। ସରକାରଙ୍କୁ ସ୍ମାରକପତ୍ର ମଧ୍ୟ ଦେଇଛି। ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ଚାକିରି ସର୍ତ୍ତ ସହ ନିିଯୁକ୍ତି ଦିନଠାରୁ ପୂର୍ଣ୍ଣ ଦରମା ପ୍ରଦାନ ପାଇଁ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ ମହାସଂଘର ସଭାପତି ଦାଶରଥି ନାୟକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.