‘ମହାବୀର’ ଡିଏନ୍‌ଏରୁ ଗବେଷଣା

ଅନୁଗୁଳ : ସାତକୋଶିଆରେ ଅଣ୍ତିରା ଯୁବ ମହାବଳ ‘ମହାବୀର’ର ଆକସ୍ମିକ ମୃତ୍ୟୁ ଘଟଣା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ପୋକ ସାଲୁବାଲୁ ମହାବଳର ବ୍ୟବଚ୍ଛେଦ ପରେ ବନ ବିଭାଗ ଯଦିଓ ଶବକୁ ପୋଡ଼ି ଦେଇଛି, କିନ୍ତୁ ତା’ର ଡିଏନ୍‌ଏ ସୁରକ୍ଷା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବୈଜ୍ଞାନିକ ପଦ୍ଧତିରେ ମହାବୀରର ଡିଏନ୍‌ଏରେ ଥିବା ସ୍ବତନ୍ତ୍ରତାକୁ ଗ୍ରୁପି˚ କରାଯିବ। ହାଇଦ୍ରାବାଦ୍‌ ସ୍ଥିତ ସେଣ୍ଟର ଫର ସେଲୁଲାର‌୍‌ ମଲିକୁଲାର ବାୟୋଲୋଜିର ଲାବ‌ରଟେରୀରେ ତା’ର ପରୀକ୍ଷା ନିରୀକ୍ଷା କରାଯିବ। ସେଥିପାଇଁ ନମୁନାପ୍ରସ୍ତୁତ ହୋଇ ସାରିଥିବା ଜଣାପଡ଼ିଛି। ଡିଏନ୍‌ଏ ସ˚ରକ୍ଷଣ ପଛର କାରଣ ହେଉଛି ମହାବଳ ବ˚ଶର ଗବେଷଣା। ସାତକୋଶିଆରେ ମହାବଳ ବ˚ଶ ବୃଦ୍ଧି ପୂର୍ବରୁ ମହାବୀର ସିନା ସବୁ ଦିନ ପାଇଁ ଆଖି ବୁଜିଦେଲା, କିନ୍ତୁ ଆଗକୁ ଆସୁଥିବା ତା’ର ବ˚ଶଜଙ୍କ କ୍ଷେତ୍ରରେ ଡିଏନ୍‌ଏ ଯେମିତି କାମରେ ଆସି ପାରିବ ସେଥିପାଇଁ ଏମିତି ଯୋଜନା ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ସାତକୋଶିଆର ପୁରୁଣା ବୁଢ଼ୀ ବାଘୁଣୀ ଗର୍ଭରେ ମହାବୀର ଔରସର ଶାବକ ଥିବା ବନ ବିଭାଗ ଅନୁମାନ କରୁଛି। ଯଦି ଅନୁମାନ ସତ୍ୟ ହୁଏ, ତେବେ ଅଳ୍ପ ଦିନ ମଧୢରେ ସାତକୋଶିଆରେ ଶାବକ ଜନ୍ମର ଖୁସି ଖବର ମିଳିପାରେ। ମହାବୀରର ଡିଏନ୍‌ଏ ଗ୍ରୁପି˚ କଲେ, ଶାବକଙ୍କ ପାଇଁ କାମରେ ଆସିପାରେ। ତା’ ସହିତ ଆଗାମୀ ଦିନରେ ମହାବଳ ପ୍ରୋଜେକ୍ଟ ରିସର୍ଚ୍ଚ କ୍ଷେତ୍ରରେ ମଧୢ ଡିଏନ୍‌ଏ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇପାରେ ବୋଲି ଜଣେ ବିଶେଷଜ୍ଞ କହିଛନ୍ତି। ସେହିପରି ଅନ୍ୟାନ୍ୟ ତଦନ୍ତ ପାଇଁ ମହାବୀରର ରକ୍ତ ନମୁନା ଆଜି ଡେରାଡୁନ୍‌ ସ୍ଥିତ ଭାରତୀୟ ବନ୍ୟଜୀବ ସ˚ସ୍ଥାନକୁ ସାତକୋଶିଆରୁ ପଠା ସରିଥିବା ଜଣାପଡ଼ିଛି। ଅପରପକ୍ଷେ, ସାତକୋଶିଆ ଯୁବ ମହାବଳ ମୃତ୍ୟୁର ଦ୍ବିତୀୟ ଦିନ ତନାଘନା ଜୋର‌୍‌ଦାର ହୋଇଛି। ଏନ୍‌ଟିସିଏ ଆଇଜି ଅମିତ ମଲ୍ଲିକ ଗତକାଲି ଜଙ୍ଗଲକୁ ଯାଇ ତଳୁ ଉପର ଯାଏଁ ବିଭିନ୍ନ କର୍ମଚାରୀଙ୍କୁ ତୁହାକୁ ତୁହା ଜେରା କରିଥିଲେ। ମହାବଳ ମୃତ୍ୟୁ ସମ୍ପର୍କରେ ସାତକୋଶିଆ ଡାକ୍ତର କିଶୋର ସାହୁଙ୍କୁ ପ୍ରାୟ ଘଣ୍ଟାଏ କାଳ ପଚରା ଉଚରା କରାଯାଇଥିଲା। ଆଜି ଆଖପାଖ ଗାଁ ଲୋକଙ୍କ ସହିତ ସେ ବାର୍ତ୍ତାଳାପ କରିଥିଲେ। ଗାଁ, ଗାଁ ବୁଲି ବାଘ ସମ୍ପର୍କରେ ଗ୍ରାଉଣ୍ତ୍‌ ଜିରୋ ତଥ୍ୟ ସ˚ଗ୍ରହ କରିଥିଲେ। ଲୋକଙ୍କଠାରୁ ସେ କେବଳ ସୂଚନା ନେଇ ନାହାନ୍ତି, ବର˚ ଭାରତବର୍ଷର ଏତେବଡ଼ ପ୍ରକଳ୍ପରେ ସ୍ଥାନୀୟ ଲୋକ ଏବ˚ ଗଣମାଧୢମର ଦୁର୍ବଳ ସମ୍ପୃକ୍ତିକୁ ସେ ଅନୁଭବ କରିଛନ୍ତି। ତେଣୁ ସାତକୋଶିଆ କତୃର୍ପକ୍ଷଙ୍କୁ ଏକ୍ଷେତ୍ରରେ ତାଗିଦା କରାଯାଇଛି। ଗଣମାଧୢମକୁ ସାଥୀରେ ନେଇ ପ୍ରକଳ୍ପ ଆଗେଇ ନେବାକୁ ଏନ୍‌ଟିସିଏ ଆଇଜି ଶ୍ରୀ ମଲ୍ଲିକ ସାତକୋଶିଆ କତୃର୍ପକ୍ଷଙ୍କୁ କହିଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ସେହିପରି ବାଘୁଣୀ ‘ସୁନ୍ଦରୀ’ ଅସୁସ୍ଥତା ଖବର ପ୍ରଚାରିତ ହେବା ପରେ ଶ୍ରୀ ମଲ୍ଲିକ ଏନ୍‌କ୍ଲୋଜରକୁ ଯାଇ ବହୁ ସମୟ ଧରି ବାଘୁଣୀର ଗତିବିଧି ଲକ୍ଷ୍ୟ କରି ଫେରିଛନ୍ତି। ଆସନ୍ତା ସୋମବାର ଦିନ ମହାବଳର ଶବ ବ୍ୟବଚ୍ଛେଦ ରିପୋର୍ଟ ଡାକ୍ତରୀ ଟିମ୍‌ ଘଟଣାର ତଦନ୍ତକାରୀ ଅଧିକାରୀ ସାତକୋଶିଆ ଡିଏଫ୍‌ଓ ରାମା ସ୍ବାମୀ ପି.ଙ୍କ ନିକଟରେ ଦାଖଲ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର