ଏଣିକି ବଢ଼ିବ ତାତି

ଭୁବନେଶ୍ୱର : ଏଣିକି ବଢ଼ିବ ତାତି। ପଶ୍ଚିମ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରି ଟପିଯିବ। ଉପକୂଳ ଓଡ଼ିଶାରେ ବି ତାତି ବଢ଼ିବ। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ପ୍ରବଳ ଖରା ହେବ। ଏପ୍ରିଲ ୧୫ ବେଳକୁ ଟିଟିଲାଗଡ଼, ଝାରସୁଗୁଡ଼ା, ସୋନପୁରର ତାପମାତ୍ରା ୪୦ ଡିଗ୍ରି ଛୁଇଁବାର ଆଶଙ୍କା ରହିଛି। ୧୬ ତାରିଖ ପରେ ଭବାନୀପାଟଣା, ଟିଟିଲାଗଡ଼, ଝାରସୁଗୁଡ଼ା, ଅନୁଗୁଳ, ସମ୍ବଲପୁର ପରି ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରରେ  ତାପମାତ୍ରା ୪୨ ଡିଗ୍ରି ଉପରକୁ ଚାଲିଯିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ମଧ୍ୟ କାଳବୈଶାଖୀ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ହଲକା ବର୍ଷା ହୋଇଛି। ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଦୁଇ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏପ୍ରିଲ ୧୪ଠାରୁ ତାତି ଅଧିକ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର