୪୦ ଡିଗ୍ରି ଉପରେ ୮ ସହର

ଭୁବନେଶ୍ବର : ବଢ଼ିଲା ତାତି। ଆଜି ଓଡ଼ିଶାର ୮ଟି ସହରର ତାପମାତ୍ରା‌ ୪୦ ଡିଗ୍ରି ଉପରକୁ ଚାଲି ଯାଇଛି। କାଳବୈଶାଖୀ ପ୍ରଭାବ ହେତୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପାଗ ଟିକିଏ କୋହଲା ରହିଛି। ତେବେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ରେକର୍ଡ ଭାଙ୍ଗିଛି। ଚଳିତବର୍ଷ ପ୍ରଥମଥର ପାଇଁ ଗୋଟିଏ ଦିନରେ ୮ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରକୁ ଚାଲିଯାଇଛି। ୫ଟି ସହରର ତାପମାତ୍ରା‌ ୪୧ ଡିଗ୍ରି ଟପିଛି। ଟିଟିଲାଗଡ଼ରେ ଆଜି ବି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୫ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ମାଲକାନଗିରି ଓ ସୋନପୁରରେ ୪୧.୨, ତାଳଚେରରେ ୪୧.୧, ବଲାଙ୍ଗୀରରେ ୪୧, ଭବାନୀପାଟଣାରେ ୪୦.୩, ଝାରସୁଗୁଡ଼ାରେ ୪୦.୨, ଅନୁଗୁଳରେ ୪୦.୧ଡିଗ୍ରି ରେକର୍ଡ ହୋଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ଯେ ୧୬ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହିବ। ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ସହ ପବନ ହେବ। ଭୁବନେଶ୍ବର, କଟକ ସହରର ତାପମାତ୍ରା ସେ‌ତେଟା ବଢ଼ିବ ନାହିଁ। ତେବେ ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଟିଟିଲାଗଡ଼, ଭବାନୀପାଟଣା, ମାଲକାନଗିରି, ସୋନପୁର, ବଲାଙ୍ଗୀରରେ ପ୍ରବଳ ତାତି ଅନୁଭୂତ ହେବ। ୧୫ରୁ ୧୭ତାରିଖ ମଧ୍ୟରେ ଉକ୍ତ ସହରରଗୁଡ଼ିକର ତାପମାତ୍ରା ୪୨ ଡିଗ୍ରି ଟପିଯିବାର ଆଶଙ୍କା ରହିଛି। ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ଲୋକେ ସତର୍କତା‌ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର