ନୀତି ବିଭ୍ରାଟ ରିପୋର୍ଟକୁ ନେଇ ସେବାୟତ କ୍ଷୁବ୍ଧ

ପୁରୀ : ମହାପ୍ରଭୁଙ୍କ ନୀତି ବିଭ୍ରାଟକୁ ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ବିସ୍ଫୋରକ ରିପୋର୍ଟ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିବା ଘଟଣା ଆଜି ଚର୍ଚ୍ଚାକୁ ଆସିବା ପରେ ସେବକମାନେ ଏ ନେଇ ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି। ତୁରନ୍ତ ନୀତି ପ୍ରଶାସକ ତାଙ୍କ ରିପୋର୍ଟକୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆହୁରି ବିଶୃଙ୍ଖଳା ଉପୁଜିବ ବୋଲି ସେବକମାନେ ନୀତି ପ୍ରଶାସକଙ୍କୁ ଏକ ପ୍ରକାର ଖୋଲା ଆହ୍ଵାନ ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ସବୁ କଥାରେ ସେବକମାନଙ୍କୁ ଏକ ପାଖିଆ ଦୋଷ ଦେଇ ସେମାନଙ୍କୁ ରାଜ୍ୟରେ ବାରମ୍ବାର ନିନ୍ଦିତ କରୁଥିବାରୁ ସେବାୟତମାନେ ଏବେ ଏହି ପ୍ରସଙ୍ଗରେ ଏକାଠି ହେବେ ବୋଲି କହିଛନ୍ତି। ସେବାୟତଙ୍କୁ ଦୋଷ ଦେଇ ପ୍ରଶାସନ ସାଧାରଣ ଭକ୍ତଙ୍କ ମନରେ ସେବକଙ୍କ ମନରେ ଏକ ଘୃଣା ଓ ଆକ୍ରୋଶ ମନୋଭାବ ତିଆରି କରୁଥିବାରୁ ସେମାନେ ଶ୍ରୀମନ୍ଦିର ପ୍ରଶାସନ ବିରୋଧରେ ମେଳି ହେବା ଆରମ୍ଭ କରିଛନ୍ତି। ଏପରିକି ନୀତି ବିଭ୍ରାଟ ପ୍ରସଙ୍ଗରେ ସେବକମାନଙ୍କୁ କେବଳ ଦାୟୀ କରାଯାଇଥିବାରୁ ନିଯୋଗମାନଙ୍କ ମଧ୍ୟରେ ଖୁବଶିଘ୍ର ଆଲୋଚନା ହେବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର