ହୀରାକୁଦ ୧୦ ଗେଟ୍‌ ଖୋଲା

ସମ୍ବଲପୁର : ଶନିବାର ଦିନ ସାରା ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେବା ପରେ ରାତି ୯ଟା ୩୦ରୁ ୧୦ଟା ମଧ୍ୟରେ ହୀରାକୁଦ ବନ୍ଧର ୨ଟି ଗେଟ୍‌ ବନ୍ଦ କରାଯାଇଛି। ରାତି ୯ଟା ବେଳକୁ ଜଳଭଣ୍ଡାରର ଜଳସ୍ତର ୬୨୫.୫୮ ଫୁଟ୍‌ରେ ପହଞ୍ଚିଛି। ସେତିକି ବେଳକୁ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷ ୧୯ ହଜାର ୭୮୮ ଘନଫୁଟ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨ ଲକ୍ଷ ୭ ହଜାର ୮୩ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୬.୬୧ ଓ ତଳ ମୁଣ୍ଡରେ ୪.୭୪ ମିଲିମିଟର ପାଣି ନିଷ୍କାସିତ ହେଉଥିଲା।

ସମ୍ବନ୍ଧିତ ଖବର