ଟେଣ୍ଡରରେ ଷ୍ଟାର୍ଟଅପ୍‌ଙ୍କୁ ଅମାନତ ରାଶି ଜମା କରିବାକୁ ପଡ଼ିବନି

ଭୁବନେଶ୍ୱର : ଓଡ଼ିଶାରେ ଷ୍ଟାର୍ଟଅପ୍‌ ଗୁଡ଼ିକ ମଧ୍ୟ ମଧ୍ୟମ ଏବଂ କ୍ଷୁଦ୍ର ଉଦ୍ୟୋଗ (ଏମ୍‌ଏସ୍‌ଇ) ଭଳି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ସ୍ଥାନୀୟ ଷ୍ଟାର୍ଟଅପ୍‌ ଉଦ୍ୟୋଗ ଗୁଡ଼ିକୁ ସରକାରୀ ଟେଣ୍ଡରରେ ଭାଗନେବା କ୍ଷେତ୍ରରେ ସୁବିଧା ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବିଭାଗ ପକ୍ଷରୁ ଗତ ୧୯ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ସରକାରଙ୍କ ବିଭିନ୍ନ ବିଭାଗ ଏବଂ ଏଜେନ୍ସିର ଟେଣ୍ଡରରେ ଭାଗ ନେବା ଲାଗି ଷ୍ଟାର୍ଟଅପ୍‌ ଉଦ୍ୟୋଗୀମାନଙ୍କୁ ଅମାନତ ଜମାରାଶି ଦାଖଲ କରିବାକୁ ପଡ଼ିବ ନାହିଁ। ନିଲାମ ପ୍ରକ୍ରିୟାରେ ଚୟନ ହେଲେ ଷ୍ଟାର୍ଟଅପ୍‌ ଉଦ୍ୟୋଗୀମାନେ ନିର୍ଧାରିତ ପର୍‌ଫର୍‌ମାନ୍ସ ସିକ୍ୟୁରିଟିର ୨୫ ପ୍ରତିଶତ ଅର୍ଥ ଜମା କରିବା ସୁବିଧା ପାଇବେ।

ଉଲ୍ଲେଖଯୋଗ୍ୟ, ସରକାର ଏମ୍‌ଏସ୍‌ଇ ସଂଗ୍ରହ ନୀତି ଅନୁଯାୟୀ ସ୍ଥାନୀୟ ଏମ୍‌ଏସ୍‌ଇଗୁଡ଼ିକୁ ଏହି ସୁବିଧା ପ୍ରଦାନ କରି ଆସୁଛନ୍ତି। ସରକାରଙ୍କ୍‌ ପକ୍ଷରୁ ଜାରି ଏହି ନିର୍ଦ୍ଦେଶନାମା ବିଭିନ୍ନ ବିଭାଗ ଓ ସଂସ୍ଥାକୁ ଜଣାଇ ଦିଆଯାଇଛି।

ସମ୍ବନ୍ଧିତ ଖବର