ବେଆଇନ୍‌ ଗୋ ଚାଲାଣକୁ ନେଇ ଉତ୍ତେଜନା : ୭ ପିକ୍‌ଅପ୍‌ ଭ୍ୟାନ ଭଙ୍ଗାରୁଜା, ଗୋଟିଏ ପୋଡ଼ିଲେ, ରାସ୍ତା ଅବରୋଧ, ୨ ପ୍ଲାଟୁନ ଫୋର୍ସ ମୁତୟନ

ଭଦ୍ରକ/ଅସୁରାଳି : ବେଆଇନ ଗୋରୁ ଚାଲାଣକୁ ନେଇ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଅସୁରାଳି ଠାରେ ଉ‌େତ୍ତଜନା ଦେଖାଦେଇଛି। ଉତ୍ୟକ୍ତ ଲୋକେ ରାଜ୍ୟବାହାରକୁ ଚାଲାଣ ହେଉଥିବା ୭ଗୋରୁ ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିଥିବା ଥିବା ବେଳେ ଗୋଟିଏ ଗାଡ଼ିକୁ ଜାଳି ଦେଇଛନ୍ତି। ଗାଡ଼ିରୁ ୧୮୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଥିବା ବେଳେ ଦୁଇଟି ଗାଈର ମୃତ୍ୟୁ ଘଟିଛି। ୧୫ଟି ଗାଈର ଅବସ୍ଥା ଗୁରୁତର ରହିଛି। ଏହି ଘଟଣାକୁ କେନ୍ଦ୍ର କରି ଅସୁରାଳି ବଜାରରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିବା ବେଳେ ଉତ୍ୟକ୍ତ ଲୋକେ ବେଆଇନ ଗୋ ଚାଲାଣକୁ ବନ୍ଦ କରିବା ଦାବି ନେଇ ଭଦ୍ରକ-ଆଖଣ୍ତଳମଣି ରାଜ୍ୟ ରାଜପଥ‌େର ରାସ୍ତାରୋକ କରିଥିଲେ।

ଗତକାଲି ରାତି ପ୍ରାୟ ୧.୩୦ ସମୟରେ ୭ଟି ପିକ୍‌ଅପ୍‌ ଭ୍ୟାନରେ ଗୋରୁ ଚାଲାଣ ହେଉଥିବା ଖବର ପାଇ ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଅସୁରାଳି ବଜାର ଉପରେ କିଛି ଲୋକ ଅଟକାଇଥିଲେ। ଗୋଟିଏ ପିକଅପ୍‌ ଭ୍ୟାନରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ୩୦ରୁ ୩୫ଟି ଗୋରୁଙ୍କୁ ତଳ ଉପର କରି ଝୁଲାଇ ବାନ୍ଧି ନିଆଯାଉଥିବା ବେଳେ ଉତ୍ୟକ୍ତ ଲୋକେ ଗାଡ଼ି ମଧୢରୁ ଏମାନଙ୍କୁ ଉଦ୍ଧାର କରି ଛାଡ଼ି ଦେଇଥିଲେ। ଗାଡ଼ିକୁ ଲୋକେ ଅଟକାଇ ଦେବାରୁ ଡ଼୍ରାଇଭର ଓ ସହଯୋଗୀମାନେ ଘଟଣା ସ୍ଥଳରୁ ଖସି ଯାଇଥିଲେ। ଗୋ ଚାଲାଣ ହେଉଥିବା ୭ଟି ପିକଅପ ଭ୍ୟାନ ଓଡ଼ି-୦୪ଡ଼ି-୪୦୧୯, ଓଡ଼ି-୦୪କେ-୪୪୧୧, ଓଡ଼ି-୨୨ଜେ-୩୮୦୬, ଓଡ଼ି-୨୨ଏ-୫୮୩୯, ଓଆର-୦୪ଏଫ-୯୩୯୬, ଓଆର-୦୧ଏଚ-୭୪୦୪ ଏବ˚ ଓଆର-୦୧ଏଫ-୩୯୮୬କୁ ବଜାର ମଝିରେ ଲୋକେ ଭଙ୍ଗାରୁଜା କରିଥିଲେ। ଏଥିମଧୢରୁ ଗୋଟିଏ ଗାଡ଼ିକୁ ଜାଳି ଦେଇଥିଲେ। ଧାମନଗରରୁ ଦମକଳ ଆସି ନିଆଁକୁ ଲିଭାଇଥିଲା। ଧୂଷୁରୀ ପୁଲିସ ଘଟଣା ସ୍ଥଳରେ ପହ˚ଚିଥିଲେ ମଧୢ ଉତ୍ୟକ୍ତ ଲୋକଙ୍କ କବଳରୁ ଗାଡ଼ିକୁ ରକ୍ଷା କରିପାରି ନ ଥିଲା।

ଖବର ଜଣାପଡ଼ିବା ପରେ ଆଜି ସକାଳୁ ଅସୁରାଳି ବଜାର ଅ˚ଚଳ ଲୋକାରଣ୍ୟ ହୋଇ ଯାଇଥିଲା। ପୁଲିସର ନିଷ୍କ୍ରିୟିତା ଯୋଗୁଁ ବେଆଇନ ଗୋ ଚାଲାଣ ବୃଦ୍ଧି ପାଉଥିବା ଅଭିଯୋଗ କରି ଶହଶହ ଲୋକ ରାସ୍ତା ଉପରେ ବସି ରହିଥିଲେ। ଘଟଣା ସ୍ଥଳରେ ୨ ପ୍ଳାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରି ବେଆଇନ ଗୋ ଚାଲାଣକୁ ବନ୍ଦ କରିବା ଦିଗରେ ଦୃଢ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେବା ପରେ ପୂର୍ବାହ୍ନ ୧୧ ବେଳେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର