କବାଟବନ୍ଧ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଜେନାପୁର ମେଡିକାଲରେ ଆଜି ଜଣେ ମହିଳା ଓ ତାଙ୍କର ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଛି। ମେଡିକାଲ କର୍ମଚାରୀଙ୍କ ଅବହେଳାରୁ ଏହି ମହିଳା ଓ ନବଜାତ କନ୍ୟା ସନ୍ତାନର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଧର୍ମଶାଳା ବ୍ଲକ୍ ଅଞ୍ଜିରା ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମର ରଞ୍ଜନ ମହାରଣାଙ୍କ ପତ୍ନୀ ଟୁନି(୩୫)ଙ୍କର ଆଜି ଭୋର୍ରୁ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପରେ ପୁଣି ଟୁନିଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଆମ୍ବୁଲାନ୍ସରେ ଜେନାପୁର ମେଡିକାଲକୁ ପରିବାର ଲୋକେ ନେଇଯାଇଥିଲେ। ସେଠାରେ କାର୍ଯ୍ୟରତ ଷ୍ଟାଫ୍ନର୍ସ ତାଙ୍କର ଚିକିତ୍ସା କରିବା ପରେ ଟୁନିଙ୍କର ଏକ ମୃତ ଶିଶୁକନ୍ୟା ଜନ୍ମ ହୋଇଥିଲା। ମୃତ ଶିଶୁକନ୍ୟାଟି ଜନ୍ମ ହେବା ପରେ ଟୁନିଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା। ସମ୍ପୃକ୍ତ ନର୍ସ ଟୁନିଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯିବା ପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ଟୁନିଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପରାମର୍ଶ ଦେବାରୁ ଟୁନିଙ୍କ ସ୍ବାମୀ ଅର୍ଥାଭାବରୁ ତାଙ୍କୁ ପୁଣି ଜେନାପୁର ମେଡିକାଲକୁ ଫେରାଇ ଆଣିଥିଲେ। ଏହାର କିଛି ସମୟ ରହିବା ପରେ ଟୁନିଙ୍କର ମୃତ୍ୟୁ ହୋଇଯାଇଥିଲା।
ଡାକ୍ତରଖାନା କର୍ମଚାରୀଙ୍କ ଅବହେଳା କାରଣରୁ ଟୁନିଙ୍କର ମୃତ୍ୟୁ ହେଲା ବୋଲି ପରିବାର ସଦସ୍ୟ ଅଭିଯୋଗ କରିଥିଲେ। ଶବ ନନେବା ପାଇଁ ଜିଦ୍ ଧରିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ ଓ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ମେଡିକାଲ ପରିସରରେ ହୋହାଲ୍ଲା କରିଥିଲେ। ହେଲେ ତାଙ୍କ କଥା କେହି ନଶୁଣିବାରୁ ଅପରାହ୍ନରେ ମା’ ଝିଅଙ୍କ ମୃତଦେହକୁ ପରିବାର ଲୋକେ ଘରକୁ ନେଇଥିଲେ।