କଟକ: ବାତ୍ୟା ଓ ବର୍ଷାକୁ ଦୃଷ୍ଟିକୁ ରଖି ବୁଧବାର ଦିନ ହାଇକୋର୍ଟରେ ତାଲିକାଭୁକ୍ତ ମାମଲା ଗୁଡିକର ଶୁଣାଣି ସ୍ଥଗିତ ରଖାଯାଇଥିଲା। ୨୦ ତାରିଖ ଦିନ ଶୁଣାଣି ପାଇଁ ତାଲିକାଭୁକ୍ତ ମାମଲା ଗୁଡିକର ୨୧ ତାରିଖ ଦିନ ଶୁଣାଣି କରାଯିବ। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବାତ୍ୟା ଅମ୍ଫାନର ପ୍ରଭାବ, ଭାରି ବର୍ଷାର ପୂର୍ବାନୁମାନ, ବିଦ୍ୟୁତ ଯୋଗାଣ ଓ ଇଣ୍ଟରନେଟ୍ ସଂଯୋଗରେ ସମସ୍ୟା ସହିତ ବାର୍ର ଅନୁରୋଧକୁ ଦୃଷ୍ଟିରେ ରଖି ୨୦ ତାରିଖ ଦିନ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ କୋର୍ଟରେ ମାମଲା ଶୁଣାଣି ସମ୍ଭବ ନଥିଲା। ଏପରି ପରିସ୍ଥିତିରେ ୨୦ ତାରିଖ ଦିନ ପ୍ରକାଶିତ ତାଲିକାରେ ସ୍ଥାନ ପାଇଥିବା ମାମଲା ଗୁଡିକର ଶୁଣାଣି ୨୧ ତାରିଖରେ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ଅମ୍ପାନ ପାଇଁ ହାଇକୋର୍ଟରେ ମାମଲା ଶୁଣାଣି ସ୍ଥଗିତ
/sambad/media/post_attachments/wp-content/uploads/2020/05/high-court-new-india-express-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)