ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହିସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ଆଗମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୨୦ରୁ ଅଧିକ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ରାଜ୍ୟର କେନ୍ଦୁଝର,ମୟୂରଭଞ୍ଜ, ବାଲେଶ୍ୱର,ଭଦ୍ରକ, ଯାଜପୁର,ଢ଼େଙ୍କାନାଳ,ଜଗତସିଂହପୁର, କେନ୍ଦ୍ରାପଡ଼ା,କଟକ, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ,ରାୟଗଡ଼ା,ବରଗଡ଼, ସମ୍ବଲପୁର, ବୌଦ୍ଧ, ସୋନପୁର, ନୂଆପଡ଼ା ଓ ଖୋର୍ଦ୍ଧା ଆଦି ଜିଲ୍ଲାମାନଙ୍କରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବର୍ଷା ସହିତ କୁଆପଥର ମାଡ ମଧ୍ୟ ହୋଇପାରେ । ଏହି ଜିଲ୍ଲାମାନଙ୍କ ବ୍ୟତୀତ ଅନ୍ୟ ସ୍ଥାନମାନଙ୍କରେ ପାଗ ଶୁଖିଲା ରହିବ ।

ଏହି ସମୟରେ ପବନର ବେଗ ୫୦ରୁ ୬୦କିଲୋମିଟର ରହିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ମାରିବାର ଆଶଙ୍କା ରହିଛି। ତେଣୁ ଏହି ସମୟରେ ଘରୁ ବାହାରିବା ବିପଦପୂର୍ଣ୍ଣ ରହିଛି ବୋଲି ସତର୍କ ସୂଚନା ଜରି କରିଛି ପାଣିପାଗ ବିଭାଗ। ଏଥିସହିତ ବଙ୍ଗୋପସାଗର ଉପକୂଳରେ ପାଗ ଖରାପ ରହିବା ହେତୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଏହି କ୍ରମରେ ମାଲକାନଗିରିରେ ସର୍ବାଧିକ ତାପମାତ୍ର ୪୨.୬ଡିଗ୍ରୀ ଥିବା ବେଳେ ହୀରାକୁଦରେ ସର୍ବନିମ୍ନ ତାପମାତ୍ର ୨୨.୦ଡିଗ୍ରୀ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର