ସନ୍ଧ୍ୟାରେ ପହଞ୍ଚିଲା କ୍ୱାଲାଲମ୍ବପୁର- ଭୁବନେଶ୍ୱର ବିମାନ

ଭୁବନେଶ୍ୱର: କ୍ୱାଲାଲମ୍ପୁର-ଭୁବନେଶ୍ୱର ଏୟାର ଇଣ୍ଡିଆ ବିମାନ (ଏଆଇ୧୩୨୭) ଆଜି ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି। ୧୩୯ଜଣ ଯାତ୍ରୀଙ୍କୁ ଆଣି ଆସିଥିବା ଏହି ବିମାନର ୩୧ଜଣ ଯାତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଥିଲେ। ସନ୍ଧ୍ୟା ୬ଟା ୫୦ରେ ବିମାନ ପହଞ୍ଚିବା ପରେ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କୌଣସି ଯାତ୍ରୀଙ୍କଠାରେ କରୋନାର କୌଣସି ଲକ୍ଷଣ ନଥିବା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ୩୧ଜଣ ଯାତ୍ରୀ ଅବତରଣ କରିବା ପରେ ଆଉ ୧୦୮ ଯାତ୍ରୀଙ୍କୁ ନେଇ ବିମାନଟି ରାତି ୮ଟା ୨୫ରେ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ କରିଥିଲା।

ସମ୍ବନ୍ଧିତ ଖବର