ତୃତୀୟ ପର୍ଯ୍ୟାୟ ‌ଭୋଟ୍ ଆଜି : ଏଥର ୬ ଲୋକସଭା, ୪୨ ବିଧାନସଭା, ୫୦ ହେଭିେଵଟ୍‌ଙ୍କ ‌ସମେତ ୪୧୭ ପ୍ରାର୍ଥୀଙ୍କ ଉପରେ ନଜର, ୧୦ ଜିଲ୍ଲାର ନେତାଙ୍କ ଭାଗ୍ୟ ଲେଖିବେ ୯୨ ଲକ୍ଷ ଭୋଟର

ଭୁବନେଶ୍ବର : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ େହାଇଛି। ମଙ୍ଗଳବାର ସକାଳ ୭ଟାରୁ ପୁରୀ, ଭୁବନେଶ୍ବର, ସମ୍ବଲପୁର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଏଭଳି ୬ଟି ଲୋକସଭା ଓ ତା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ୪୧୭ ପ୍ରାର୍ଥୀଙ୍କ ସଂପର୍କରେ େଭାଟର ତାଙ୍କ ରାୟ ଶୁଣାଇବେ। ପାଖାପାଖି ୯୨ଲକ୍ଷ େଭାଟର ଏହି ନିର୍ବାଚନରେ ସାମିଲ େହବେ। ରାଜ୍ୟ ରାଜନୀତିର ପାଖାପାଖି ୫୦ରୁ ଅଧିକ ହେଭିେଵଟ୍ ନେତା, ପୂର୍ବତନ ପ୍ରଶାସକ, ଚଳଚ୍ଚିତ୍ର ତାରକାଙ୍କ ଭାଗ୍ୟ କଣ େହବ, ତାହାକୁ ନେଇ ସମଗ୍ର ରାଜ୍ୟରେ ଉତ୍କଣ୍ଠା ଲାଗି ରହିଛି।

ଅନ୍ୟପକ୍ଷରେ ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିସନ କିଛି ଅତିରିକ୍ତ ପଦକ୍ଷେପ ନେଇଛନ୍ତି। ପୂର୍ବ ପର୍ଯ୍ୟାୟରେ ଦେଖାଦେଇଥିବା ଇଭିଏମ ଓ ଭିଭିପାଟ ତ୍ରୁଟିର ଯେପରି ପୁନରାବୃତ୍ତି ନ ହେବ, ସେଥିପାଇଁ ସବୁ ପ୍ରକାର ପଦକ୍ଷେପ େନଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ୪୨ଟି ବିଧାନସଭାର ୧୦ ହଜାର ୪୬୪ଟି ପୋଲିଂ ବୁଥରେ ନିର୍ବାଚନ କରିବା ପାଇଁ ମୋଟ ୬୮ ହଜାର ୪୨୨ ପୋଲିଂ କର୍ମଚାରୀଙ୍କୁ ନିେୟାଜିତ କରାଯାଇଛି।

ସୋମବାର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଏହି ପର୍ଯ୍ୟାୟରେ ୧୦ଟି ଜିଲ୍ଲା ଯଥା ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୬ଟି ଲୋକସଭା ସମେତ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ଭିତରୁ ୪୭ ଲକ୍ଷ ୯୯ ହଜାର ୩୦ ଜଣ ପୁରୁଷ, ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଓ ୧ ହଜାର ୧୬୩ ଜଣ ଅନ୍ୟାନ୍ୟ ଭୋଟର ସାମିଲ ଅଛନ୍ତି।

ନିର୍ବାଚନ ପାଇଁ ପାଖାପାଖି ୩୯୫ ଜଣ ମାଜିଷ୍ଟ୍ରେଟ୍ ନିୟୋଜିତ ହୋଇଛନ୍ତି। ପୂର୍ବରୁ ମହିଳା ପୋଲିଂ କର୍ମଚାରୀଙ୍କ ଦ୍ବାରା ସମ୍ପୂର୍ଣ୍ଣ ଭାବେ ପରିଚାଳିତ ପିଙ୍କ୍ ବୁଥର ନାମ ବଦଳାଇ ମହିଳା ପୋଲିଂ ଷ୍ଟେସନ ଭାବେ ଗଣାଯିବ। ସେଥିପାଇଁ ତୃତୀୟ ପର୍ଯ୍ୟାୟରେ ୩୮ଟି ମହିଳା ପୋଲିଂ ଷ୍ଟେସନ କରାଯାଇଛି। ଯେଉଁଠିକି ଶତପ୍ରତିଶତ ମହିଳା ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ଏହି ପର୍ଯ୍ୟାୟରେ ୩ ହଜାର ୧୮୬ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ସମ୍ବେଦନଶୀଳ ବୁଥଗୁଡ଼ିକରେ ଶାନ୍ତି ଶୃଙ୍ଖଳା ସହ ମତଦାନ ପାଇଁ ୯୧୩ଟି ବୁଥରେ େଵବ୍ କାଷ୍ଟିଂ, ୭୭୯ଟିରେ ସିସିଟିଭି, ୩୭୨ଟିରେ ଭିଡିଓଗ୍ରାଫି ଓ ୨୬୦ଟିରେ ସ୍ଥିର ଚିତ୍ର ଉଠାଇବାକୁ ବ୍ୟବସ୍ଥା କରାଯାଇଛି। ଏହି ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୫୮ ହଜାର ୪୯୫ ଜଣ ଦିବ୍ୟାଙ୍ଗ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ପାଇଁ ୯ ହଜାର ୫୭୬ଟି ହ୍ବିଲ ୍ଚେୟାର ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ ଏହି ପର୍ଯ୍ୟାୟ ନିର୍ବାଚନ ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ କାରଣ, ରାଜଧାନୀ ଭୁବନେଶ୍ବରରେ ଏଥର ହାଇେଭାଲଟେଜ୍ େନତାଙ୍କ ମଧ୍ୟରେ ଲଢେଇ େହଉଛି। ଅବସରପ୍ରାପ୍ତ ଆଇଏଏସ (ଅପରାଜିତା ଷଡଙ୍ଗୀ)-ଆଇପିଏସ୍ (ଅରୂପ ପଟ୍ଟନାୟକ) ଓ ବାମ ଦଳର ଟାଣୁଆ େନତା ଜନାର୍ଦନ ପତିଙ୍କ ମଧ୍ୟକୁ କାହାକୁ େଭାଟର ୫ ବର୍ଷପାଇଁ ପ୍ରତିନିଧି େହବାର ସୁଯୋଗ ଦେବ, ତା ଉପରେ ସମଗ୍ର ରାଜ୍ୟର ନଜର ରହିଛି। ସେହିଭଳି କଟକର ପ୍ରତିନିଧିତ୍ବ କରିବା ଲାଗି ସର୍ବଶ୍ରେଷ୍ଠ ସାଂସଦ ଭର୍ତୃହରି ମହତାବ ସୁଯୋଗ ପାଇବେ ନା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ଓ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କୁ େଲାକେ ବାଛିବେ ତାହା ମଙ୍ଗଳବାର େଭାଟ ନିର୍ଣ୍ଣୟ କରିବ। ଅନୁରୂପ ଭାବେ ପୁରୀରେ ଜାତୀୟ ସ୍ତରରେ ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର ଏବଂ କଂଗ୍ରେସ ପ୍ରାର୍ଥୀ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକଙ୍କ ମଧ୍ୟରୁ ମତଦାତା େଯାଗ୍ୟ ପ୍ରତିନିଧି ବାଛିବେ। େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଡ ଢେଙ୍କାନାଳରେ ପଦ୍ମ ଫୁଟିବ ନା ଶଙ୍ଖ ବାଜିବ ଅବା ରାଜାଙ୍କ ହାତ ଉପରେ େଭାଟର ବିଶ୍ବାସ ରଖିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

କେବଳ େଲାକସଭା ନୁହେଁ, ବିଧାନସଭା ନିର୍ବାଚନ ମଇଦାନରେ ବି ରାଜ୍ୟ ରାଜନୀତିର ଏକରୁ ଆରକ ବଳି େନତା ଲଢୁଛନ୍ତି। େଖାଦ୍ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘସିପୁରା ଆସନରୁ ପ୍ରାର୍ଥୀ େହାଇଛନ୍ତି। ତାଙ୍କୁ ଛାଡି ଏହି ପର୍ଯ୍ୟାୟରେ ରାଜ୍ୟ କଂଗ୍ରେସର ଚାରି ପୂର୍ବତନ ସଭାପତି ଜୟଦେବ େଜନା, ପ୍ରସାଦ ହରିଚନ୍ଦନ, କାମାକ୍ଷା ପ୍ରସାଦ ସିଂହଦେଓ (େଲାକସଭା ପ୍ରାର୍ଥୀ) ଓ ଶରତ ପଟ୍ଟନାୟକ (େଲାକସଭା ପ୍ରାର୍ଥୀ) ବି େଭାଟରଙ୍କୁ ସାମ୍ନା କରିବେ। ଅନ୍ୟପକ୍ଷରେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ରାଜ୍ୟ ସରକାରଙ୍କ ୬ ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବଦ୍ରି ନାରାୟଣ ପାତ୍ର, ଡାକ୍ତର ନୃସିଂହ ସାହୁ, ଚନ୍ଦ୍ର ସାରଥୀ ବେହେରା, ମହେଶ୍ବର ମହାନ୍ତି, ଅେଶାକ ଚନ୍ଦ୍ର ପଣ୍ଡାଙ୍କର ରାଜନୈତିକ ଭାଗ୍ୟ ଲେଖିବେ େଭାଟର। ପୂର୍ବତନ ମେୟର ଅନନ୍ତ ନାରାୟଣ େଜନା, ପୂର୍ବତନ ପୂର୍ତ ସଚିବ ନଳିନୀ ପ୍ରଧାନ, ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ସଂଜୟ ଦାସବର୍ମା, ପ୍ରଦୀପ ମହାରଥୀ, ଚଳଚ୍ଚିତ୍ର ତାରକା ଅପରାଜିତା ମହାନ୍ତି ପ୍ରମୁଖ ବହୁ ହେଭିେଵଟ୍ ନେତାଙ୍କ ପାଇଁ ମଙ୍ଗଳବାର ଅଗ୍ନି ପରୀକ୍ଷା।

ଉଲ୍ଲେଖଯୋଗ୍ୟ, ତୃତୀୟ ପର୍ଯ୍ୟାୟ ମତଦାନକୁ ସ୍ବଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ କରିବାକୁ ୧ ଲକ୍ଷ ୪୬ ହଜାର ୧୫୪ ଲିଟର ମଦ ଜବତ କରାଯାଇଛି। ପ୍ରାୟ ୩ କୋଟି ୧୨ ଲକ୍ଷ ୨୨ହଜାର ୨୫୦ ଟଙ୍କା ଜବତ କରାଯିବା ସହ ୧୪ ହଜାର ୪୬ଟି ଜାମିନ ବିହୀନ ଗିରଫ ପରଵାନା କାର୍ଯ୍ୟକାରି କରାଯାଇଛି। ୨୪୮ଟି ଅସ୍ତ୍ରଶସ୍ତ୍ର ଜବତ କରାଯିବା ସହ ଲାଇସେନ୍ସପ୍ରାପ୍ତ ୫ ହଜାର ୩୮୮ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ସମ୍ବନ୍ଧିତ ଖବର