ଶିକ୍ଷା ବିଭାଗର ନିଷ୍ପତ୍ତି: ରାଜ୍ୟରେ ବନ୍ଦ ହେବ ୩ଟି ଡିଗ୍ରି ମହାବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟର ୩ଟି ଡିଗ୍ରି କଲେଜ ବନ୍ଦ ହେବ । ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟ ସରକାର ୧୦ଟି ଡିଗ୍ରି କଲେଜର ଅନୁମୋଦନ ପ୍ରତ୍ୟାହାର କରିବେ । ଗତ ତିନି ବର୍ଷ ଧରି କଲେଜରେ ୨୫ ପ୍ରତିଶତରୁ କମ ପିଲା ନାମ ଲେଖାଇଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ହୋଇଛି ।

ସମ୍ବନ୍ଧିତ ଖବର