ସାପକାମୁଡ଼ାରେ ୩ ମୃତ

ଭଦ୍ରକ/ଦେବଗଡ଼: ଗତକାଲି ରାତିରେ ପୃଥକ ପୃଥକ ଘଟଣାରେ ୩ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଦେବଗଡ଼ ଜିଲ୍ଳାରେ ସାପକାମୁଡ଼ାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଭଦ୍ରକ ଜିଲ୍ଲାରେ ଜଣଙ୍କର ସାପକାମୁଡ଼ାରେ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ବେନ୍ତାଳ ଗ୍ରାମର ପ୍ରେମାନନ୍ଦ କରଙ୍କ ପୁଅ ସତ୍ୟଜିତ କର (୮ ବର୍ଷ) ଗତକାଲି ରାତିରେ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୨ଟା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡ଼ିଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସେହିପରି ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଦେବଗଡ଼ ଜିଲ୍ଲା ଦେବଗଡ଼ ଥାନା ଅନ୍ତର୍ଗତ କଳାମାଟି ଗ୍ରାମର ହେରମାନ ଟପ୍ପୋ(୫୫ ବର୍ଷ)ଙ୍କୁ ସାପ କାମୁଡ଼ିଥିଲା। ପରିବରା ଲୋକେ ତାଙ୍କୁ ଦେବଗଡ଼ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ। ଅନ୍ୟ ଏକ ଘଟଣାକ୍ରମରେ ଦେବଗଡ଼ ଜିଲ୍ଲା ଦେବଗଡ଼ ଥାନା ଅନ୍ତର୍ଗତ ଛେଳିଆମୁମେଣ୍ଢିଆ ଗାଁରେ ଥିବା ନିଜ ବାପଘରକୁ ଆସିଥିବା ରାଜେଶ୍ୱରୀ ବେଟୀ (୨୫ ବର୍ଷ) ନାମକ ଜଣେ ବିବାହିତା ମହିଳା ଘରେ ଶୋଇଥିବାବେଳେ ତାଙ୍କୁ ସାପ କାମୁଡ଼ିଥିଲା। ଫଳରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର