ସୀମାନ୍ତରେ ୩ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୁଲିସ ନିକଟରେ ୩ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଓଡିଶାର କଳାହାଣ୍ଡି ଏଲଓସିର ସଦସ୍ୟା ବେକୋ ମୁକେ ଅରଫ ପାର୍ବତୀ ମାରାଣ୍ଡି, ଦକ୍ଷିଣ ବସ୍ତରର କମାଣ୍ଡର ସୋଡି ଜଗା ଏବଂ ଜନତାନା ସରକାର ଅଧ୍ୟକ୍ଷ ବେଟ୍ଟି ରାମା। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଅଭିଷେକ ମୀନା ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ପାର୍ବତୀ ନାମରେ ସରକାର ୧ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ନିଜ ବନ୍ଧୁକ ସହ ଏମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସଂଗଠନରେ ପୂର୍ବ ଭଳି ଲକ୍ଷ୍ୟ ଓ ଆଦର୍ଶ ନେଇ କାମ କରାଯାଉନଥିବା ବେଳେ ସଦସ୍ୟାମାନଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢୁଥିବା ଏମାନେ କହିଥିଲେ। ତେଣୁ ମୁଖ୍ୟସ୍ରୋତରେ ସାମିଲ ହୋଇ ଆଗକୁ ସୁଖ ଜୀବନ ଯାପନ କରିବେ ବୋଲି କହିଥିଲେ। ସରକାରଙ୍କ ତରଫରୁ ଏମାନଙ୍କୁ ଆତ୍ମନିର୍ଭରଶୀଳ କରାଯିବା ସହ ଆଜି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର