ତିନି ଘଣ୍ଟା ଝାଳନାଳ, କମିଟିରେ ହାଜର ହେଲେ, ନିଜକୁ ନିର୍ବୋଧ କହିଲେ

 

ଭୁବନେଶ୍ବର: ଇଣ୍ଡିେଗା ବିମାନରେ ଓହ୍ଲାଇଥିେଲ ବିମାନ ବନ୍ଦରରେ। ପାଗ ଖରାପ େହାଇଯିବା ଆଶଙ୍କାେର େସହିଠାରୁ ତତ୍କାଳ େହଲିକପ୍ଟର‌େର ବାହାରିଯାଇଥିେଲ। ହେଲିକପଟରଟି ଥିଲା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କର। ପ୍ରଥମ ଦିନ ଉଡିଥିେଲ ବିଶ୍ବପ୍ରସିଦ୍ଧ େକାଣାର୍କ ଓ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଉପରେ। ଅତି ନିକଟରୁ ଉପଭୋଗ କରିଥିେଲ ଚିଲିକା। ବୈଜୟନ୍ତ ପଣ୍ଡା ନିେଜ ପାଇଲଟ୍ ଥିେଲ। େସ ଓ ତାଙ୍କ ବନ୍ଧୁ ଆରତି ଟିକୁ ବସିଥିେଲ। ଫଟୋ ଉଠାଇଥିଲେ ଆରତି। େସ ନୁେହଁ, ବରଂ ଆରତିଙ୍କ ଅନୁେରାଧ କ୍ରମେ େସଦିନ େସମାେନ େହଲିକପ୍ଟରରେ ଏସବୁ ଅଞ୍ଚଳ ବୁଲି େଦଖିଥିେଲ। ଦ୍ବିତୀୟ ଦିନ େସମାେନ ଶିମିଳିପାଳ ଯାଇଥିେଲ। ବିେରାଧୀ ଦଳ େନତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭାର ସ୍ବତନ୍ତ୍ର ଗୃହ କମିଟି ଆଗରେ ଆଜି ଏମିତି େଗାଟିଏ ପରେ େଗାଟିଏ ସତ ଓଗାଳିଥିେଲ ବୈଜୟନ୍ତଙ୍କ ବନ୍ଧୁ ଅଭିଜତ ଆୟାର। ଚିଲିକା ଉପରେ ବୈଜୟନ୍ତଙ୍କ େହଲିକପ୍ଟର ଉଡାଣ େନଇ େଯଉଁ ରହସ୍ୟର ବାଦଲ ଛାଇଯାଇଥିଲା, ତା ଉପରୁ ପରଦା ଉଠାଇବା ସହିତ ଅଭିଜିତ ବଖାଣିଥିେଲ ବୈଜୟନ୍ତଙ୍କ ସହିତ ତାଙ୍କର ବନ୍ଧୁତା, ନିବିଡତା ସଂପର୍କରେ। େକଉଁ ପରିସ୍ଥିତିେର େସମାେନ େସଦିନ ଆକାଶରେ ଉଡିଥିେଲ, ବୈଜୟନ୍ତ କଣ କହିଥିେଲ, ଏକଥା ବି କହିବାକୁ ଭୁଲିନଥିେଲ। େତବେ ଆତ୍ମରକ୍ଷା ଲାଗି ଆଉ କୌଣସି ଉପାୟ ନାହିଁ େବାଲି ଜାଣି ଅଭିଜିତ ଆଜି ଆଉ ଏକ କୌଶଳ ଅବଲମ୍ବନ କରିଥିେଲ। ଓଡ଼ିଶା ଠାରୁ ଆରମ୍ଭ କରି ମହାପ୍ରଭୁ, ବିଧାନସଭା, ସରକାର, ସାମ୍ବାଦିକ ସମସ୍ତଙ୍କ ସଂପର୍କରେ ବାରମ୍ବାର ଅପଶଦ୍ଦ ପ୍ରୟୋଗ କରିଥିବା ଅଭିଜିତ ଓଡ଼ିଶା ପୁଲିସକୁ ଦିଲ୍ଲୀେର ଚକମା େଦଖାଇଥିେଲ। ନିେଜ ଠିକ୍ ଏକଥାକୁ ସାବ୍ୟସ୍ତ କରିବା ଲାଗି ଆଗୁଆ ଜାମିନ ଆଳରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଚାଲିଯାଇଥିେଲ। େହଲେ ସର୍ବୋଚ୍ଚ ଅଦାଲତରେ ପ୍ରଧାନ ବିଚାରପତିଙ୍କ ଆଭିମୁଖ୍ୟ ତାଙ୍କ େଯାଜନାକୁ ବିଗାଡି େଦଇଥିଲା। ମାମଲାଟି େଯ ସଙ୍ଗିନ ଓ ଓଡ଼ିଶାର ଭାବାବେଗ ଜଡିତ େହାଇ ରହିଛି, ଏକଥା ସୂଚାଇ େଦଇ େକାର୍ଟ ଅଭିଜିତଙ୍କ ଟାଣପଣକୁ ଭାଙ୍ଗି େଦଇଥିେଲ। ତା ସତ୍ତ୍ବେ ଅଭିଜିତ ଆଜି ୧୧ଟା େବଳେ ଗୃହ କମିଟିକୁ ସାମ୍ନା କରିବା େବଳେ ଟାଣ ସ୍ବରରୁ ଉତ୍ତର ଆରମ୍ଭ କରିଥିଲେ। ବିଧାନସଭାେର ତାଙ୍କ କୁଶପୁତ୍ତଳିକା କାହିଁକି େପାଡାଗଲା େବାଲି ପଚାରିଥିେଲ। ମାତ୍ର ବିେରାଧୀ ଦଳ ନେତା ନରସିଂହ ମିଶ୍ର ଓ ସଦସ୍ୟମାନଙ୍କ ଅଡୁଆ ପ୍ରଶ୍ନରେ ତାଙ୍କ ଗଳା ନରମି ଯାଇଥିଲା। ବିଧାନସଭାରେ କୁଶପୁତ୍ତଳିକା ଦାହ କରାଯାଏ ନାହିଁ େବାଲି କମିଟି ପାଲଟା ଜବାବ େଦବା ସହିତ କିଏ ଏଭଳି ଭୁଲ ତଥ୍ୟ େଦଲା େବାଲି ପଚାରିଥିେଲ। େସହିଠାରୁ ଥତମତ େହାଇଥିେଲ ଅଭିଜିତ। ବିଧାୟକଙ୍କୁ ବୁଦ୍ଦୁ େବାଲି େଦଇଥିବା ମନ୍ତବ୍ୟ ପାଇଁ ଭୁଲ ମାଗିଥିେଲ ଓ ନିଜକୁ ନିେର୍ବାଧ େବାଲି କହି କମିଟି ସଦସ୍ୟଙ୍କ ମନ ଜିଣିବାକୁ ଉଦ୍ୟମ କରିଥିେଲ। ଅଭିଜିତଙ୍କ ମନ୍ତବ୍ୟ ମାମଲାର ଗମ୍ଭୀରତାକୁ ବଢାଇ େଦଇଛି। ଅଭିଜିତଙ୍କ ସହିତ ବୈଜୟନ୍ତଙ୍କ ସଂପର୍କର ପର୍ଦାଫାଶ େହାଇଛି ଓ ଜଣେ ଓଡ଼ିଆ େହାଇ ଓଡ଼ିଶା ବିେରାଧରେ ଅଭିଜିତ େଦଇଥିବା ମନ୍ତବ୍ୟକୁ ଶ୍ରୀ ପଣ୍ଡା କିଭଳି ହଜମ କରିପାରିେଲ ଓ ତାଙ୍କୁ ସୁରକ୍ଷା େଦଉଥିେଲ, ତାହା ସବୁ ମହଲକୁ ତାଜୁବ କରିଛି। େସ ଏଭଳି ମନ୍ତବ୍ୟ େଦବା େବଳେ ବୈଜୟନ୍ତ େରାକିଥିେଲ କି େବାଲି ପଚରାଯାଇଥିବା ପ୍ରଶ୍ନର ଉତ୍ତର ନା େର େଦଇଥିେଲ। ଏଥିସହିତ ରାଜସାକ୍ଷୀ ଭାବେ ବିେବଚନା କରି କମିଟି ବୈଜୟନ୍ତଙ୍କୁ ସମନ କରିପାରେ, ଏଥିପାଇଁ େଖାଦ୍ ଅଭିଜିତ ହିଁ ଆଜି େକ୍ଷତ୍ର ସୃଷ୍ଟି କରିଛନ୍ତି।

ସତ ଓଗାଳି ଫସାଇଲେ ବୈଜୟନ୍ତଙ୍କୁ
ବାତିଲ୍ ବିମାନ ଟିେକଟ୍ ମାଗିଲା କମିଟି
ଆସନ୍ତା ୨େର ସତ୍ୟପାଠ ସହ ହାଜର େହବେ

ଅନ୍ୟପକ୍ଷରେ ଦୀର୍ଘ ତିନି ଘଣ୍ଟା ଧରି ଅଭିଜିତଙ୍କ ବୟାନ େରକର୍ଡ ଓ େଜରା କରିବା ପରେ ଗୃହ କମିଟିର ଅଧ୍ୟକ୍ଷ ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଥିେଲ, ଆସନ୍ତା ନଭେମ୍ବର ୨ ତାରିଖରେ ତାଙ୍କୁ ପୁଣି ଥରେ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଦିନ ସେ ବିଧାୟକଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ସଂପର୍କରେ ତାଙ୍କର ଅତିରିକ୍ତ ବକ୍ତବ୍ୟ ଆଦି ସତ୍ୟପାଠ ଜରିଆରେ ଜଣାଇବେ। ତଦନ୍ତ ଅସମାପ୍ତ ରହିଛି। େଯଉଁ ଅଭିେଯାଗ ଉପରେ କମିଟି ଗଠନ େହାଇଛି, େସସବୁ ଅଭିଯୋଗ ସତ େବାଲି େସ ସ୍ବୀକାର କରିଛନ୍ତି। େସ ତାଙ୍କର ଭୁଲ୍ ସ୍ବୀକାର କରିଛନ୍ତି ଓ ନିସର୍ତ କ୍ଷମାଭିକ୍ଷା କରିଛନ୍ତି। େତବେ ତାଙ୍କ କ୍ଷମା ଗ୍ରହଣ କରାଯିବା ଉଚିତ୍ କି ନୁେହଁ, ପରବର୍ତୀ କାର୍ଯ୍ୟାନୁଷ୍ଠାନ କଣ େହବ, ତାହା ପରବର୍ତୀ ସମୟରେ କମିଟି ଆେଲାଚନା କରି ନିଷ୍ପତ୍ତି େନବେ। ଏଥିସହିତ ପରମ୍ପରା ଅନୁସାରେ ପରବର୍ତୀ ବୈଠକରେ ଅଭିଜିତଙ୍କ ଓକିଲ ମଧ୍ୟ କମିଟି ଆଗରେ ବସିପାରିବେ ବୋଲି ଅନୁମତି ଦିଆଯାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତ ୧୧ ତାରିଖରେ କାହିଁକି କମିଟି ଆଗରେ େସ ହାଜର େହଲେ ନାହିଁ େସ େନଇ ମଧ୍ୟ ତାଙ୍କୁ ପଚରାଯାଇଥିଲା। ବାତିଲ ବିମାନ ଟିେକଟ ନକଲ ଆଣି ଆସିବା ଲାଗି ତାଙ୍କୁ କୁହାଯାଇଛି।

ଉେଲ୍ଲଖଯୋଗ୍ୟ, ଆଜି ଦିନ ୧୧ଟା େବଳେ ଗୃହ କମିଟି ବୈଠକ ଲାଗି ସମୟ ନିର୍ଧାରଣ େହାଇଥିଲା। ଏହାର ଯଥେଷ୍ଟ ପୂର୍ବରୁ ଅର୍ଥାତ୍ ପ୍ରାୟ ସାେଢ ୮ଟା େବଳକୁ ଅଭିଜିତ ବିମାନ େଯାଗେ ଭୁବନେଶ୍ବରରେ ପହଞ୍ଚିଥିେଲ। ତାଙ୍କୁ ତୁରନ୍ତ ପୁଲିସ ସୁରକ୍ଷା େଯାଗାଇ ଦିଆଯାଇଥିଲା ଓ ବିଧାନସଭାର ପାଠାଗାର ପାଖରେ ଲୁଚାଇ ରଖିଥିଲା। ବିଧାନସଭା ମୁଖ୍ୟ େଗଟ୍ ଠାରୁ ୫୪ ନମ୍ବର ପ୍ରକୋଷ୍ଠକୁ ପୁଲିସ ଛାଉଣି କରାଯାଇଥିଲା। ସଭ୍ୟମାେନ ଆସିବାର ଠିକ୍ ପୂର୍ବରୁ ଅଭିଜିତଙ୍କୁ ଅଣାଯାଇଥିଲା ୫୪ ନମ୍ବର ପ୍ରକୋଷ୍ଠକୁ। ୧୧ଟା ବେଳେ ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ଓ ଅନ୍ୟ ୫ ସଦସ୍ୟ କନକ ବର୍ଦ୍ଧନ ସିଂହଦେଓ, ଦେବୀପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା ଆସି ପହଞ୍ଚିଥିଲେ । ଆଉ ତାପରେ ଆରମ୍ଭ ହୋଇଥିଲା ଅଭିଜିତଙ୍କୁ େଜରା। ତମେ କ’ଣ କର? ଓଡ଼ିଶାକୁ କାହିଁକି ଆସିଥିଲ? ଆଉ କିଏ ସାଙ୍ଗରେ ଥିଲେ? କିଏ ପାଇଲଟିଂ କରୁଥିେଲ? କୋଣାର୍କ ମନ୍ଦିର ଉପରେ କିଭଳି ଅରୁଚିକର ମନ୍ତବ୍ୟ ଦେଇପାରିଲ? ଶ୍ରୀଜଗନ୍ନାଥଙ୍କ ସଂପର୍କରେ କିଭଳି ଅପଶଦ୍ଦ ପ୍ରୟୋଗ କଲ? ବିଧାୟକମାନଙ୍କୁ ବୁଦ୍ଦୁ କହିବାକୁ କିଭଳି ସାହାସ କଲ? ଏମିତି ମାଳ ମାଳ ପ୍ରଶ୍ନରେ ଛନ୍ଦି େଦଇଥିେଲ। ଅଭିଜିତ ଉତ୍ତରରେ ନିଜକୁ ଏକାେଡମିକ୍ େବାଲି କହିଥିଲେ। ଗଣମାଧ୍ୟମର ପ୍ରତିନିଧି ନୁେହଁ େବାଲି ସ୍ବୀକାର କରିଥିଲେ। ଏବଂ ସବୁ ପ୍ରଶ୍ନର ଉତ୍ତର ରଖିଥିେଲ। ଏସବୁ େରକର୍ଡ କରାଯାଇଥିଲା ଓ ଏହାର ନକଲରେ ଅଭିଜିତ ଦସ୍ତଖତ କରିଥିଲେ। ଦୁଇ ତିନିଟି ପ୍ରଶ୍ନର ଉତ୍ତର ଅଭିଜିତ ଠିକ୍ େଦଇନାହାନ୍ତି ବା ବିଭ୍ରାନ୍ତ କରିବାକୁ େଚଷ୍ଟା କରିଛନ୍ତି େବାଲି କମିଟିର ହୃଦବୋଧ େହାଇଛି। ତା ସତ୍ତ୍ବେ କମିଟି ତାଙ୍କୁ ଅଧିକ ମତ ରଖିବା ଲାଗି ସତ୍ୟପାଠ ଦାଖଲ ପାଇଁ ସୁେଯାଗ େଦଇଛି। ଅଭିଜିତ ଆୟାର ଭୁବନେଶ୍ବର ଆସିବା, ବିମାନବନ୍ଦରରୁ ବିଧାନସଭା ପହଁଚିବା ଏବଂ ବିଧାନସଭାରୁ ତାଙ୍କୁ ଗଣମାଧ୍ୟମର ଦୃଷ୍ଟି ଅଢୁଆଳରୁ ପୋଲିସ ନେଇଯିବା ଘଟଣା ସବୁକିଛି ନାଟକୀୟ ଢଙ୍ଗରେ କରାଯାଇଥିଲା। ଏପରିକି ତାଙ୍କୁ ଜେରା ହେଉଥିବା ପ୍ରକୋଷ୍ଠ ଏବଂ ସେ ବିଶ୍ରାମ ନେଉଥିବା ପ୍ରକୋଷ୍ଠରୁ ପ୍ରାୟ ୨୦ ହାତ ଦୂରରେ ଗଣମାଧ୍ୟମକୁ ଅଟକାଇ ରଖାଯାଇଥିଲା। ସେ ଜେରାରୁ ବାହାରିବା ପରେ ଗଣମାଧ୍ୟମ ଯେପରି ତାଙ୍କୁ କୌଣସି ପ୍ରଶ୍ନ କରିନପାରିବ ସେଥିପାଇଁ ପୋଲିସ ସବୁ ପ୍ରକାର କୌଶଳ ପ୍ରୟୋଗ କରିଥିଲା। ଦୁଇଟି ପର୍ଯ୍ୟାୟରେ ଆଜି ଅଭିଜିତଙ୍କୁ େଜରା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ତାଙ୍କ ବୟାନ େରକର୍ଡ କରାଯାଇଥିଲା, ଦ୍ବିତୀୟ ପର୍ଯ୍ୟାୟରେ କମିଟି ବୟାନ ଉପରେ ପ୍ରଶ୍ନ କରିଥିେଲ। ଏହା ଅସମାପ୍ତ ରହିଛି।

ସମ୍ବନ୍ଧିତ ଖବର