ପୁରୀ ରଥଯାତ୍ରା ପାଇଁ ୩ ବରିଷ୍ଠ ଓଏଏସ୍‌ଙ୍କୁ ଦାୟିତ୍ୱ

ଭୁବନେଶ୍ୱର : ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପରିଚାଳନା ନେଇ ପୁରୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ୩ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ସେମାନେ ହେଉଛନ୍ତି ବୌଦ୍ଧର ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ, ଢେଙ୍କାନାଳ ଏଡିଏମ୍‌ ଅବନୀକାନ୍ତ ପଟ୍ଟନାୟକ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଶୁଭକାନ୍ତ ମହାପାତ୍ର। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ସେମାନେ ପୁରୀରେ ଦାୟିତ୍ୱ ନିର୍ବାହ କରିବେ। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ସମ୍ବନ୍ଧିତ ଖବର