୩ବରିଷ୍ଠ ଓଏଏସ୍‌ଙ୍କୁ ପଦୋନ୍ନତି

ଭୁବନେଶ୍ବର, : ରାଜ୍ୟ ସରକାରଙ୍କ ତିନିଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ସର୍ତମୂଳକ ପଦୋନ୍ନତି ଦିଆଯାଇଛି। ସେମାନେ ହେଉଛନ୍ତି ବଲାଙ୍ଗୀର ସରକାରୀ ମେଡିକାଲ୍‌ କଲେଜର ପ୍ରାଶାସନିକ ଅଧିକାରୀ ରାଧେଶ୍ୟାମ ପାଢ଼ୀ, ବାଲେଶ୍ବର ମେଡିକାଲ୍‌ କଲେଜର ପ୍ରାଶାସନିକ ଅଧିକାରୀ ଜୟନ୍ତୀ ସିଂହ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ସାଧାରଣ ପରିଚାଳକ ସନତ କୁମାର ମହାନ୍ତି। ସେମାନେ ନିଜ ନିଜ ପଦବିରେ ରହି କାମ କରିବାକୁ ଅନୁମତି ଦିଆଯାଇଛି। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ସମ୍ବନ୍ଧିତ ଖବର