୩ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ସର୍ତମୂଳକ ପଦୋନ୍ନତି

ଭୁବନେଶ୍ୱର : ରାଜ୍ୟର ୩ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ସ୍ୱତନ୍ତ୍ର ଶାସନ ସଚିବ ପାହ୍ୟାକୁ ସର୍ତମୂଳକ ପଦୋନ୍ନତି ଦିଆଯାଇଛି। ସେହି ୩ ଜଣ ହେଉଛନ୍ତି ଖଗେନ୍ଦ୍ର କୁମାର ପାଢ଼ୀ, ଅତିରିକ୍ତ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ; ବଟକୃଷ୍ଣ ଦେହୁରୀ, ଅତିରିକ୍ତ ସଚିବ, ଇସ୍ପାତ ଓ ଖଣି ବିଭାଗ ଓ ମୁରଲୀଧର ମଲ୍ଲିକ, ପ୍ରିଜାଇଡିଂ ଅଫିସର, ରାଜସ୍ୱ ବୋର୍ଡ, କଟକ ଅଧୀନ ଆଡିସନାଲ୍‌ ରିଭିଜନାଲ୍‌ କୋର୍ଟ, ଭୁବନେଶ୍ୱର। ସର୍ତ ମୁତାବକ ସେମାନଙ୍କୁ ଅସ୍ଥାୟୀ ଭାବେ ଅର୍ଥାତ୍‌ ସର୍ବାଧିକ ଏକ ବର୍ଷ ପର୍ଯ୍ୟନ୍ତ ଏହି ପଦୋନ୍ନତି ଦିଆଯାଇଛି। ତେବେ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ସେମାନେ ନିଜ ନିଜ ବିଭାଗର ନିଜ ପଦରେ କାର୍ଯ୍ୟ କରିବେ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର