ଭୁବନେଶ୍ୱର: ପୁରୀରେ ନୂଆ ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ଏକ ସମୀକ୍ଷା ବୈଠକରେ ୩ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଜଗନ୍ନାଥ ସଂସ୍କୃତିର ଗବେଷଣା ପାଇଁ ନବୀନ ଗୁରୁତ୍ୱ ଦେଇଛନ୍ତି। ସେହିପରି ଐତିହ୍ୟ ସୁରକ୍ଷା ଜୋନ୍, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ପ୍ରକଳ୍ପକୁ ନବୀନ ଅନୁମୋଦନ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରଘୁନନ୍ଦନ ଲାଇବ୍ରେରୀ ପାଇଁ ୨୫ କୋଟି ଟଙ୍କା ବିନିଯୋଗ ହେବ। ବିସ୍ଥାପିତଙ୍କ ପାଇଁ ବାସଗୃହ ପ୍ରକଳ୍ପ ନିର୍ମାଣ ହେବ। ବାସଗୃହ ପ୍ରକଳ୍ପ ପାଇଁ ୯୫ କୋଟି ଟଙ୍କା ବିନିଯୋଗ ହେବ ବୋଲି ଜଣାପଡ଼ିଛି।
ସେହିପରି ମନ୍ଦିରଠାରୁ ଦେଢ଼ି କିମି ପରିଧି ମଧ୍ୟରେ ୬୦୦ ଗୃହ ନିର୍ମାଣ ହେବ। ‘ଅବଢ଼ା’ ଯୋଜନାରେ ବିଭିନ୍ନ ପ୍ରକଳ୍ପ କାମ ଆରମ୍ଭ ହୋଇଥିବା ବୈଠକରେ ଆଲୋଚନା ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୬୫ କୋଟି ଟଙ୍କା ବିନିଯୋଗ ହେବାକୁ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୫୯୫ କୋଟି ଟଙ୍କା ବିନିଯୋଗ ହେବ ବୋଲି ସମୀକ୍ଷା ବୈଠକରେ ଆଲୋଚନା ହୋଇଛି।