ବଜ୍ରପାତ ଯୋଗୁଁ ଦୁଇ ଯୁବକ ମୃତ

ନବରଙ୍ଗପୁର: ରବିବାର ରାତିରେ ବଜ୍ରପାତ ଯୋଗୁଁ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ବରଦେଈ ଗ୍ରାମରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଛି।
ମୃତ ଯୁବକ ଦୁହେଁ ହେଉଛନ୍ତି ୨୦ ବର୍ଷିୟ ବିଶ୍ୱମ୍ଭର ନାୟକ ଏବଂ ୧୯ ବର୍ଷିୟ ମହେନ୍ଦ୍ର ଭତରା।

ଦୁହେଁ ସନ୍ଧ୍ୟା ପ୍ରାୟ ୭ଟା ବେଳେ ମାଛମାରିବାକୁ ଯାଇ ଆଉ ଫେରି ନ ଥିଲେ। ଆଜି ସକାଳ ୬:୩୦ରେ ବରଦେଈ ଗ୍ରାମ ଠାରୁ ୫୦୦ ମିଟର ଦୂର ବିଲରୁ ସେମାନଙ୍କ ଶବ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର