ଆଗାମୀ ୪୮ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା !

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ କାଳବୈଶାଖୀ କିଛିଦିନ ହେବ ତାଣ୍ଡବ ରଚୁଛି। ତେବେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷ କରି ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ କୁଆପଥର ମାଡ଼ ସହ ଝଡ଼ ତୋଫାନ୍‌ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ତଥା ବଜ୍ରପାତ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ଝଡ଼ତୋଫାନ୍‌ ସମୟରେ ଘରୁ ନବହାରିବା ପାଇଁ ସତର୍କତା ସୂଚନା ଜାରି କରାଯାଇଛି। କାରଣ ଏହି ସମୟରେ ଝଡ଼ତୋଫାନ୍‌ ଓ ଘଡଘଡ଼ି ମାରୁଥିବା ହେତୁ ଆପଣଙ୍କ ଉପରେ କୌଣସି ଗଛଡାଳ ଭାଙ୍ଗି ପଡ଼ି ଯିବାର ଆଶଙ୍କା ରହିଛି। ସେହିପରି ବର୍ଷା ସହିତ କୁଆ ପଥର ମାଡ ହେଉଥିବା ହେତୁ ଏହି ସମୟରେ ବାହାରେ ରହିବା ବିପଦ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର