ଆଗାମୀ ୪୮ଘଣ୍ଟା ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁଆପଥର ବର୍ଷା ସହ ୫୦ରୁ ୬୦କିମି ବେଗରେ ପବନ ବହିବ

ସତର୍କ ସୂଚନା ଜାରି କଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ କିିଛିଦିନ ହେବ ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହେଉଛି। ଫଳରେ ଲୋକମାନେ ଉପରବେଳା ଘରୁ ବାହାରି ପାରୁ ନାହାନ୍ତି। ତେବେ ଆଗାମୀ ୪୮ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁଆପଥର ବର୍ଷା ସହିତ ୫୦ରୁ ୬୦କିମି ବେଗରେ ପବନ ବହିବାର ସମ୍ଭାବନ ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏନେଇ ସତର୍କ ସୂଚନା ଜାରି କରାଯାଇ କୁହାଯାଇଛି, ବର୍ଷା ପବନ ହେଉଥିବା ସମୟରେ ଘରୁ ବାହାରକୁ ବାହାରିବେ ନାହିଁ। ଏହି ସମୟରେ ଗଛଡାଳ ଭାଙ୍ଗିବା ସହିତ କୁଆପଥର ମାଡ ହୋଇପାରେ । ସେହିପରି ଘଡ଼ଘଡ଼ି ମାରିବା ସମୟରେ ଲୋକମାନେ ବାହାରେ ଯାତାୟତ ନକରିବାକୁ ବି ପରାମର୍ଶ ଦିଆଯାଇଛି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଅପରାହ୍ନରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେଉଥିଲେ ହେଁ ତାତି ଅସହ୍ୟ ରହିଛି। କାରଣ ସ୍ୱଳ୍ପବର୍ଷା ହେଉଥିବାରୁ କେବଳ ମାଟିର ଉପର ଭାଗ ଭିଜୁଛି। ତେଣୁ ଏଭଳି ପରିସ୍ଥିତି ଉପୁଜୁଛି।

ସମ୍ବନ୍ଧିତ ଖବର