ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହି ୧୭ଟି ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ମାଡର ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହି ୧୩ଟି ଜିଲ୍ଲାରେ କାଳବୈଶାଖୀ ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ଏହି ସମୟରେ ୫୦ରୁ ୬୦କିମି ବେଗରେ ପବନ ବୋହିବାର ଥିବାରୁ ଘରୁ ନବାହାରିବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ବୁଧବାର ସତର୍କ ସୂଚନା ଜାରି କରିଛି। ଏହି ଜିଲ୍ଲାମାନଙ୍କ ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡ଼ା,କନ୍ଧମାଳ, ଗଜପତି,ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ,କେନ୍ଦ୍ରାପଡ଼ା,ଜଗତସିଂହପୁର, ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ରହିଛି।

ଅନ୍ୟପକ୍ଷରେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ର ୪୪ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ର ୨୨ଡିଗ୍ରୀ ରହିଛି। ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାରେ ପାଗ ଶୁଖିଲା ରହିବ।

ସୂଚନାଯୋଗ୍ୟ, ଆସନ୍ତା ୧୪ ତାରିଖରୁ ରାଜ୍ୟରେ ୨ରୁ ୩ଡିଗ୍ର୍ରୀ ତାପମାତ୍ର କମିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଉପକୂଳ ଓଡ଼ିଶାରେ ୯,୧୦ ଓ ୧୧ରେ ଝଡ଼ତୋଫାନ୍‌ ଆଶଙ୍କା ରହିଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା କ୍ଷୀଣ ରହିଛି। ରାଜ୍ୟର ୫ଟି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଟିଟିଲାଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ତାଳଚେର, ସୋନପୁର ତାପମାତ୍ରା ଆଉ ଗୋଟିଏ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ଆଶଙ୍କା ରହିଛି। ଏଥିପାଇଁ ଅଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଲାଗି ହିଟେ୍‌ଓ୍‌ଭ୍‌ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସେହିପରି ୯ରୁ ୧୧ ତାରିଖ ମଧ୍ୟରେ ଓଡ଼ିଶାରେ କାଳବୈଶାଖୀ ତାଣ୍ଡବ ଦେଖାଇପାରେ। ଆସନ୍ତାକାଲି ଭୁବନେଶ୍ୱରରେ ତାତି ବଢିବା ସମ୍ଭାବନା ଅଧିକ ରହିଛି। ୧୩ ତାରିଖରୁ ୧୬ ତାରିଖ ଯାଏ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ମଧ୍ୟ ରହିଛି। ଏ ସମୟରେ ପବନର ବେଗ ଅଧିକ ରହିବ ବୋଲି ବି ଅନୁମାନ କରାଯାଇଛି।

ସମ୍ବନ୍ଧିତ ଖବର