ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରବିବାର ସୂଚନା ଦେଇଛି। ତେଣୁ ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼, ବାଲେଶ୍ୱର ଓ କେନ୍ଦୁଝର ଆଦି ଜିଲ୍ଲାରେରେ ଘଡଘଡି ସହ ବର୍ଷା ହୋଇପାରେ। ବିଜୁଳି ମାରୁଥିବା ସମୟରେ ଘର ବାହାରିବା ପାଇଁ କିମ୍ବା ବାହାରେ ଥିବା ସମୟରେ ଗଛ ମୂଳରେ ଛିଡା ହେବାର ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବାରଣ କରାଯାଇଛି। ସେହିପରି ଆଗାମୀ ୨୪ଘଣ୍ଟା ମଧ୍ୟରେ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ଟିଟଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୧.୫ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ସର୍ବନମ୍ନ ୨୧.୦ଡିଗ୍ରୀ ତାପମାତ୍ରା ରହିଛି।

ଆଜି ଅପରାହ୍ନରେ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ କାଳବୈଶାଖୀର ଭୟଙ୍କର ରୂପ ଦେଖାଯାଇଥିଲା। ସମୟ ମଧ୍ୟରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭାଙ୍ଗି ଚୁରମାର ହୋଇ ଯାଇଥିଲା। ବଜାର ନିକଟରେ ଏକ ସବଷ୍ଟେସନ ଉପୁଡି ପଡ଼ିବାରୁ ଏଥିରେ ଲାଗିଥିବା ଟ୍ରାନ୍‌ସଫରମର ଭାଙ୍ଗି ଯାଇଥିଲା। ଅନେକ ଲୋକଙ୍କର ଚାଳଘରର ଛପର ଉଡ଼ିଯାଇ ଥିବା ବେଳେ ଶହ ଶହ ଗଛ ଉପୁଡ଼ି ପଡ଼ିଥିଲା।

ଷ୍ଟେସନ ବଜାର ଉପରେ ଥିବା କିଛି କ୍ୟାବିନ ଉପରେ ବଡ଼ ବଡ଼ ଗଛଗୁଡ଼ିକ ଉପୁଡ଼ି ପଡ଼ିବାରୁ ତାହା ଭାଙ୍ଗି ଯାଇଥିଲା। ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କୁଆପଥର ହେବା ପରେ ବର୍ଷା ହୋଇଛିଯ।ବର୍ଷା ପରେ ସ୍ଥାନୀୟ ଅଞ୍ଚଳ ପୂରା ଥଣ୍ଡା ମାହୋଲ ଥିବା ବେଳେ ଧନ ସମ୍ପତ୍ତି ହରାଇଥିବା ଲୋକେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ରାସ୍ତା ଉପରେ ବଡ଼ ବଡ଼ ଗଛ ମାଡ଼ି ବସିଥିବାରୁ ଡେଲାଙ୍ଗ-ବ୍ରହ୍ମଗିରି ଓ ଡେଲାଙ୍ଗ-ଉଦୟପୁର ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର