କାହାର ଗୁରୁତ୍ବ ଅଧିକ, ଦଳ ନା ପ୍ରାର୍ଥୀ?

ରୋଚକ ସ୍ଥିତିରେ ତିନି ଦଳର ଟିକେଟ୍ ବଣ୍ଟା, ଏବେ ବି ଶେଷ ହୋଇନି ପ୍ରାର୍ଥୀ ଘୋଷଣା, ଆରମ୍ଭରୁ କଂଗ୍ରେସକୁ ଲାଗିଲା ବଡ଼ ଝଟ୍‌କା, ଜୟଦେବ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ

ଭୁବନେଶ୍ବର : ପ୍ରଥମ ତିନିଟି ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ େଶଷ େହାଇଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଜାରି ରହିଛି। ହେେଲ ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳର ଟିେକଟ୍ ରାଜନୀତିକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ।

ଏମିତି ଏକ ସମୟରେ କେଂଗ୍ରସକୁ ଆଜି ଏକ ବଡ଼ ଝଟକା ଲାଗିଛି। ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ଦଳ େଗାଟିଏ ଆସନରେ ପ୍ରତିେଯାଗିତାରୁ ବାଦ ପଡିଛି। ନାମାଙ୍କନ ପତ୍ର ଯାଞ୍ଚ ବେଳେ ଗୁରୁତ୍ବପୂର୍ଣ୍ଣ ଜୟଦେବ ଆସନର କେଂଗ୍ରସ ପ୍ରାର୍ଥୀ ସୁକାନ୍ତ ତିଆଡି ଭୋଇଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଛି। ପ୍ରାର୍ଥିପତ୍ରରେ ତ୍ରୁଟି ଥିବା କାରଣରୁ ସୁକାନ୍ତ ନିର୍ବାଚନ ଲଢେଇ ରେସରୁ ବାଦ୍ ପଡିଛନ୍ତି। ଦଳ ଏଠାରେ କୌଣସି ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିବ ନା ନିର୍ବାଚନ ରାଜନୀତିରୁ ଦୂରେଇଯାଇ କର୍ମୀଙ୍କୁ ନିଜ ନିଷ୍ପତ୍ତି ନିେଜ େନବାକୁ ସଙ୍କେତ ଦେବ, ତାହା ଅଦ୍ୟାବଧି ଜଣାପଡିନାହିଁ।

େକନ୍ଦ୍ରାପଡା, ବାରିପଦା ଏଭଳି ଦୁଇଟି ଆସନ ଲାଗି ବିେଜଡି ପ୍ରାର୍ଥୀ ଏଯାଏ େଘାଷଣା କରିନାହିଁ। କାକଟପୁର, େକନ୍ଦ୍ରାପଡା, ରାଜନଗର ଏଭଳି ତିନିଟି ଆସନରେ ଟିକେଟ୍ ପାଇଥିବା େନତା ନିର୍ବାଚନ ଲଢିବେ ନା ଦଳ କିଛି ଅପ୍ରିୟ ନିଷ୍ପତ୍ତି ଶୁଣାଇବ, େସ େନଇ ଆଶା ଆଶଙ୍କା ଓ ରହସ୍ୟ ବଢିବାରେ ଲାଗିଛି। କାକଟପୁରରେ ବିେଜପି ପ୍ରାର୍ଥୀ ତୁଷାରକାନ୍ତ େବହେରାଙ୍କୁ ବିଜେଡିରେ ସାମିଲ କରାଯିବା

ପରେ ସୁରେନ୍ଦ୍ର ସେଠୀଙ୍କ ଟିକେଟକୁ ନେଇ ଦ୍ବନ୍ଦ୍ବ ବଢିଛି। ଆଜି ସୁରେନ୍ଦ୍ରଙ୍କ ସମର୍ଥକମାେନ ନବୀନ ନିବାସ ଯାଏ ପହଞ୍ଚିଛନ୍ତି ଓ ବିଧାୟକଙ୍କ ଟିକେଟ୍ କାଟିଲେ ସମୂହ ଇସ୍ତଫା ଦେବେ େବାଲି ଧମକ େଦଇଛନ୍ତି। ପାଟକୁରା ଆସନ ଲାଗି େବଦ ପ୍ରକାଶ ଅଗ୍ରଵାଲଙ୍କ ନାମ େଘାଷଣା ସରିଛି। ହେଲେ ଅସୁସ୍ଥତା କାରଣରୁ େସ ଏଯାଏ ଟିକେଟ େନଇନାହାନ୍ତି। ଏଠାରେ େଶଷ ମୁହୂର୍ତରେ ଦଳ ପ୍ରାର୍ଥୀ ବଦଳାଇପାରେ େବାଲି କଳ୍ପନାଜଳ୍ପନା ଜାରି ରହିଛି। ରାଜନଗର ଆସନ ଲାଗି ଧ୍ରୁବ ସାହୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଆଜି ବିଜେଡି ପତାକା ଧରି କିଛି କର୍ମୀ ନବୀନ ନିବାସ ସାମ୍ନାରେ ବିେକ୍ଷାଭ କରିଛନ୍ତି। ଫ୍ଲା କାର୍ଡ େଦଖାଇ ଦାବି କରିଛନ୍ତି, େସ ମାର୍କଫେଡ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି, ତାଙ୍କ ଟିକେଟ୍ କାଟ। ନବୀନ ଏସବୁ ପ୍ରସଙ୍ଗ ଉପରେ କି ପଦକ୍ଷେପ େନଉଛନ୍ତି, ତାହା ଉପରେ ଏବେ ନଜର ରହିଛି।

ବିେଜପି ବି ଚର୍ଚ୍ଚାରୁ ଦୂରରେ ନାହିଁ। ଦଳ ଏଯାଏ ଜଗତସିଂହପୁର େଲାକସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ କରିନାହିଁ। ୧୨୦ ବିଧାନସଭା ଓ ସମସ୍ତ େଲାକସଭା ଦଖଲ କରିବ େବାଲି ସ୍ବପ୍ନ େଦଖୁଥିବା ବିଜେପି ସମ୍ଭବତଃ ଏହି ଆସନ ଲାଗି ଏଯାଏ ଉପଯୁକ୍ତ ପ୍ରାର୍ଥୀ ପାଇନଥିଲା। ଗୁରୁବାର କଂଗ୍ରେସର ତିେର୍ତାଲ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ବିେଜପିେର ଯୋଗ ଦେଇଛନ୍ତି। ସମ୍ଭବତଃ ଦଳ ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିପାରେ। କାକଟପୁର ଆସନରୁ ପ୍ରାର୍ଥୀ ଚାଲିଯିବା ପରେ ଦଳ ସଙ୍କଟରେ ପଡିଥିଲା। ବିେଜଡିର ପୂର୍ବତନ ବିଧାୟକ ରବି ମଲ୍ଲିକ ଶୁକ୍ରବାର ବିେଜଡି ଛାଡି ବିେଜପିରେ େଯାଗ ଦେଇଛନ୍ତି। ଦଳ ତାଙ୍କୁ ଏହି ଆସନରେ ପ୍ରାର୍ଥୀ କରିପାରେ। ସେହିଭଳି ବିେଜଡିର େକନ୍ଦ୍ରାପଡା ଆସନ ନିଷ୍ପତ୍ତିକୁ େବାଧହୁଏ ବିେଜପି ଅପେକ୍ଷା କରିଛି। ଦଳ ଏଠାେର ମଧ୍ୟ ପ୍ରାର୍ଥୀ େଘାଷଣା କରିନାହିଁ।

କେଂଗ୍ରସ ସ୍ଥିତି ତା ଚାହିଁ ଖରାପ। େମାରଡା ଓ ବାଲିକୁଦା ଏରସମା ଆସନ ଦଳ େମଣ୍ଟରେ ଲଢିବ କି ଏକାକୀ ଯିବ, ତାହା ଉପରୁ ରହସ୍ୟ ହଟିନାହିଁ। ବର୍ତମାନ ଯାହା ଚିତ୍ର ରହିଛି, ସେଥିରେ ୧୮ଟି େଲାକସଭା ଆସନରେ କେଂଗ୍ରସ ପ୍ରାର୍ଥୀ େଦଇଛି। ଆସ୍କାରୁ ସିପିଆଇ, ଭୁବନେଶ୍ବରରୁ ସିପିଏମ୍ ଓ ମୟୂରଭଂଜରୁ ଜେଏମ୍ଏମ୍ ସହିତ ମେଣ୍ଟରେ ଲଢୁଛି ଦଳ। ସେହିଭଳି ବଣେଇ ଆସନ ସିପିଏମକୁ ଛାଡିଛି। ସିପିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଛତ୍ରପୁର, ବ୍ରଜରାଜନଗର ଓ ବୌଦ୍ଧ ଆଦି ନିର୍ବାଚନମଣ୍ଡଳୀ‌ରେ େସମାେନ କେଂଗ୍ରସ ସହିତ ଆସନ ବୁଝାମଣା କରିଛନ୍ତି। େସହିପରି ରାଇରଙ୍ଗପୁର, ବାଙ୍ଗିରିେପାଷି, ସାରସକଣା, େମାରଡାରେ ଜେଏମଏମ୍ ପ୍ରାର୍ଥୀ େଦଇଛି। େମାରଡାରେ କେଂଗ୍ରସ ପ୍ରାର୍ଥୀ େଦବା େନଇ ସ୍ଥାନୀୟ େନତା ଅଟଳ ଅଛନ୍ତି।

ତେବେ ବିଭୁପ୍ରସାଦ ହାତ ଛାଡିବା ପରେ ତିେର୍ତାଲ ଆସନରେ ଦଳୀୟ ପ୍ରାର୍ଥୀ େଘାଷଣା କରାଯାଇନାହିଁ। ଭଣ୍ଡାରୀେପାଖରିରୁ ପିସିସି ସଭାପତି ଲଢିବେ ଓ ୮ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ େବାଲି ସୂଚନା ମିଳିଛି। ହେଲେ ଏଯାଏ ଏହି ଆସନ ଲାଗି ପ୍ରାର୍ଥୀ େଘାଷଣା ବିଧିବଦ୍ଧ ଭାବେ େହାଇନାହିଁ। ସେହିଭଳି ସାଲେପୁର, ଭଦ୍ରକ ଆସନ ଲାଗି ଦଳୀୟ ପ୍ରାର୍ଥୀ ଚୟନ କରାଯାଇନାହିଁ। ଏରସମା ବାଲିକୁଦା ଆସନ ଲାଗି ପ୍ରାର୍ଥୀ େଘାଷଣା ବି ଅଟକିଛି।

ପୂର୍ବରୁ କଂଗ୍ରେସ େକ୍ଷତ୍ରରେ ବି େଶଷ କେବଳ ସେତିକି ନୁେହଁ, ମୁକ୍ତିକାନ୍ତ ବିଶ୍ବାଳ, ପୃଥ୍ବୀବଲ୍ଲଭ ପଟ୍ଟନାୟକ, ଯୁଧିଷ୍ଠିର ସାମନ୍ତରାୟ, ରତ୍ନାକର ବେହେରା ପ୍ରମୁଖ ଟିେକଟ ପାଇବା ପରେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ନିର୍ବାଚନ ପ୍ରତିେଯାଗିତାରେ ସାମିଲ େହବେ ନାହିଁ ବୋଲି ଜଣାଇଥିଲେ।

ଉେଲ୍ଲଖଯୋଗ୍ୟ, ୨୦୧୯ ନିର୍ବାଚନ ରାଜନୀତି ଗତ ଦିନର ଅନ୍ୟ ୪ଟି ସାଧାରଣ ନିର୍ବାଚନ ଅପେକ୍ଷା ଅଧିକ େରାଚକ େହବାେର ଲାଗିଛି। ଦଳ ଡିଆଁ ଶୀର୍ଷ ଛୁଇଁଛି। ନୀତି, ଆଦର୍ଶ, ବିଚାରକୁ ଜଳାଞ୍ଜଳି ଦେଇ କର୍ମୀଙ୍କ ନାଁରେ େନତାମାେନ ପ୍ରତିପକ୍ଷ ଦଳକୁ ଯିବା ଲାଗି ସାମାନ୍ୟ କୁଣ୍ଠାବୋଧ କରୁନାହାନ୍ତି। ଦଳୀୟ ଟିକେଟକୁ ପ୍ରତ୍ୟାଖ୍ୟାନ କରି ଅନ୍ୟ ଦଳକୁ ଡେଇଁବା ପ୍ରକ୍ରିୟା ଏତିକିରେ ରହିବ ନା ଆଉ କିଏ ଏହି ଧାରାରେ ସାମିଲ ହେବେ, ତାହା ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ େଶଷ େହବା ପରେ ଯାଇ ଜଣାପଡିବ। ବାସ୍ତବରେ ଏହି ନିର୍ବାଚନରେ ଦଳର ଗୁରୁତ୍ବ ଅଧିକ ନା ପ୍ରାର୍ଥୀଙ୍କର, ତାହା ଏବେ ରାଜନୈତିକ ମହଲକୁ ଦ୍ବନ୍ଦ୍ବରେ ପକାଇଛି।

ସମ୍ବନ୍ଧିତ ଖବର