ଲଚ୍ଛିପୁରରେ କଲରାପତରିଆ ବାଘ ଆତଙ୍କ

ଗୋଟିଏ ଗାଈକୁ ଖାଇ ଦେଲା, ଗୋଟିଏ ଆହତ

ଲଚ୍ଛିପୁର : ସୋନପୁର ବ୍ଲକ୍‌ ଲଚ୍ଛିପୁର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡୁମ୍ବେରଖୋଲ ଓ ବସ୍‌ଲାଟ ଗାଁରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ଏହି ବାଘଟି ଦୁଇଟି ଗାଈକୁ ଆକ୍ରମଣ କରିଥିବା ବେଳେ ଗୋଟିଏ ଗାଈକୁ ଖାଇ ଦେଇଛି। ଖବର ପାଇ ଲଚ୍ଛିପୁର ଫରେଷ୍ଟର ବିନୋଦ ବିହାରୀ ସାହୁ, ବନରକ୍ଷୀ ସୁଜ୍ଞାନୀ ମିଶ୍ର, ମେଣ୍ଡା ଭିଏସ୍‌ଙ୍କୁ ଖବର ଦେଇ ଆହତ ଗାଈର ଚିକିତ୍ସା କରାଇଥିଲେ। ଏହି ଗାଈ ଦୁଇଟି ବସଲାଟର ଅତ୍ୟ ମହାକୁର ଓ ଡୁମ୍ବେରଖୋଲର ବିଘ୍ନରାଜ ରଣାଙ୍କର ବୋଲି ଜଣାଯାଇଛି।

ପ୍ରକାଶ ଯେ, ଏ ଅଞ୍ଚଳରେ ୫ଟି ଛୁଆ କଲରାପତରିଆ ବାଘ ରହିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏନେଇ ଲଚ୍ଛିପୁର ଫରେଷ୍ଟରଙ୍କ ସହିତ ଯୋଗାଯୋଗ କରିବାରୁ ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ଲିଖିତ ଭାବେ ଅଭିଯୋଗ କଲେ ବାଘ ଧରିବାକୁ ଚେଷ୍ଟା କରାଯିବ ବୋଲି କହିଥିଲେ। ସରପଞ୍ଚ ଶଙ୍କର ପ୍ରସାଦ ସାଙ୍କ ସହିତ ଯୋଗାଯୋଗ କରିବାରୁ ବନ ବିଭାଗ କର୍ମଚାରୀ ଏଥିପ୍ରତି ଦୃଷ୍ଟି ରଖିଛନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର