ମନ୍ଦିରରେ କଲରାପତରିଆ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆରରୋଡ ରେଞ୍ଜ ଅନ୍ତର୍ଗତ ହଳଦୀ ଗ୍ରାମରେ ପୁଣି ବାଘ ଆତଙ୍କ ଦେଖା ଦେଇଛି। ବୁଧବାର ଗାଁ ନିକଟ ଶାରଦା ମନ୍ଦିରରେ ଆଉ ଏକ ବାଘକୁ ଦେଖି ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୭ ମଇ ୨୭ ତାରିଖ ରାତିରେ ଏକ କଲରାପତରିଆ ବାଘ ଏହି ଗାଁରେ ଘର ଅଗଣାରେ ବାପା ମା’ଙ୍କ ସହ ଶୋଇଥିବା ୪ ବର୍ଷର ଶିଶୁ ପୁତ୍ର ଛଗନ ପାଣ୍ଡେକୁ ଝାମ୍ପି ନେଇ ଖାଇ ଦେଇଥିଲା।ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା। ପୁଣିଥରେ କଲରାପାତିଆର ଆବିର୍ଭାବ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର