ଭୁବନେଶ୍ୱର: ନନ୍ଦନକାନନରେ ମହାବଳ ବାଘ ‘ମନୀଷ’ର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ମହାବଳ ବାଘ ‘ମନୀଷ’ର ରବିବାର ମୃତ୍ୟୁ ହୋଇଛି। ଏହି ମହାବଳ ବାଘକୁ ୮ ବର୍ଷ ବୟସ ହେଉଥିଲା। ଭୁବନେଶ୍ୱର ଓୟୁଏଟି ଅନ୍ତର୍ଗତ ଭେଟେନାରି କଲେଜର ବିଶେଷଜ୍ଞଙ୍କ ତତ୍ୱାବଧାନରେ ଚିଡିଆଖାନା ପରିସରରେ ଥିବା ପଶୁ ଚିକିତ୍ସାଳୟରେ ମନୀଷ ଦୀର୍ଘ ୬ ମାସ ହେବ ଚିକିତ୍ସାଧୀନ ଥିଲା।

ମିଳିଥିବା ସୂଚନା ଅନୁସାରେ ବ୍ଲଡ ପ୍ରୋଟୋଜନ ରୋଗରେ ମନୀଷ ପୀଡ଼ିତ ଥିଲା। ସେ ସାଇଟାଉକ୍ସଜନ ଭାଇରସ ଦ୍ୱାରା ପୀଡ଼ିତ ଥିଲା। ମାତ୍ର ଚିକିତ୍ସକମାନେ ବହୁ ଉଦ୍ୟମ କରି ମଧ୍ୟ ମନୀଷକୁ ବଞ୍ଚାଇ ପାରି ନାହାନ୍ତି। ମନୀଷ ଠାରୁ ରକ୍ତ ସ୍ଥାନାନ୍ତର କରାଯିବାକୁ ଯୋଜନା ଚାଲିଥିବା ବେଳେ ତା’ର ମୃତ୍ୟୁ ହୋଇଥିଲା ବୋଲି ଚିକିତ୍ସକମାନେ କହିଛନ୍ତି।

ନନ୍ଦନକାନନ ଚିଡିଆଖାନା ଶେଷରେ ଏକ ବାଘକୁ ହରାଇଛି। ବର୍ତ୍ତମାନ ନନ୍ଦନକାନନରେ ୧୦ଟି ବାଘ ଓ ୧୪ଟି ବାଘୁଣୀ ଅଛନ୍ତି। ସୂଚନାଯୋଗ୍ୟ ନନ୍ଦନକାନନର ବାଘଗୁଡ଼ିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାନ୍ତି। ନିକଟରେ ଏଠାରେ ଏକ ସିଂହର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର