ରିମାଣ୍ଡରେ ଆସିବେ ବାଘ ଛାଲ ବେପାରୀ

ଭୁବନେଶ୍ବର : କୁଚିଣ୍ଡା ସ୍ରିଷ୍ଟି ଲଜ୍‌ରୁ ବାଘ ଜବତ ମାମଲାରେ ଗିରଫ ହୋଇଥିବା ୭ ଅଭିଯୁକ୍ତଙ୍କୁ ଆଜି ଏସ୍‌ଟିଏଫ୍‌ (ସ୍ପେସାଲ ଟାସ୍କ ଫୋର୍ସ)ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହୋଇଯିବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ତେବେ ଅଧିକ ପଚରାଉଚରା ତଥା ତଥ୍ୟ ହାସଲ ପାଇଁ ଏସ୍‌ଟିଏଫ୍‌ ଅଭିଯୁକ୍ତମାନଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୁଚିଣ୍ଡା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଛି। ଆବେଦନ ମଞ୍ଜୁର ହେଲେ ଏହି ଚାଲାଣ ରୢାକେଟ୍‌ ବାବଦରେ ଅଧିକ ତଥ୍ୟ ମିଳିବା ସହ ମୂଳ ପର୍ଯ୍ୟନ୍ତ ପହଞ୍ଚି ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ଗିରଫ ୭ ଜଣଙ୍କ ମଧ୍ୟରେ ଜଣେ ସେନା କର୍ମଚାରୀ ବୋଲି ଜଣାପଡ଼ିଛି। ଖୁବ୍‌ଶୀଘ୍ର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଥିବା ଜଣାପଡ଼ିଛି। ସୂଚନା ମୁତାବକ, କୁଚିଣ୍ଡା ସ୍ରିଷ୍ଟି ଲଜ୍‌ରୁ ୪ ଟି ବାଘ ଛାଲ ଜବତ ‌ହୋଇଥିଲା। ଏହାକୁ ବିକ୍ରି କରିବାକୁ ଆଣିଥିବା କୁଚିଣ୍ଡା ଥାନା ଅଧୀନ ଟାଇଁସର ଗାଁର ସଂଜୟ ବାଗ, ଲାଇକେରା ଥାନା ଅଧୀନ ଗୁଲିଗାଁର ସୁନୀଲ କୁମାର କାଲୋ, ସାରପଲ୍ଲୀର ଯଶରାଜ ପଟେଲ, ମୁରାଡ଼ିପାଲ୍ଲୀର ଝସକେତନ ନାୟକ, ସମ୍ବଲପୁର ମହାଲପଲ୍ଲୀ ଥାନା ଅଧୀନ ଗୁଣ୍ଡୁରିପାଲ୍ଲୀର ମୀନକେତନ ମୁଣ୍ଡା, ଲାଇକେରା ଥାନା ଅଧୀନ କିରିମିରା ଗାଁର ଧନୁ ମାଝୀ, ମହୁଲପାଲ୍ଲୀ ଥାନା ଅଧୀନ ଝରୁମା ଗାଁର କୁମୁଡ଼ ବାରାଙ୍କୁ ଏସ୍‌ଟିଏଫ୍ ଗିରଫ କରିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏହାର ଦର ଲକ୍ଷାଧିକ ଟଙ୍କା ହେବ। ଏସ୍‌ଟିଏଫ୍‌ର ଡେପୁଟି ଏସ୍‌ପି ବିଳା‌ସିନୀ ନାୟକଙ୍କ ନେତୃତ୍ବରେ ଏକ ଟିମ୍‌ ସଂପୃକ୍ତ ଲଜ୍‌ ଉପରେ ଚଢ଼ଉ କରିଥିଲା। ଏହି ଛାଲର ବଜାର ଦର ଲକ୍ଷାଧିକ ଟଙ୍କା ହେବ ବୋଲି ଏସ୍‌ଟିଏଫ୍ ସୂଚନା ଦେଇଚି।

ସମ୍ବନ୍ଧିତ ଖବର