ନନ୍ଦନକାନନରେ ବାଘୁଣୀର ମୃତ୍ୟୁ

ଭୁବନେଶ୍ୱର/ବାରଙ୍ଗ: ଆଜି ସକାଳେ ନନ୍ଦନକାନନରେ ୧୮ ବର୍ଷୀୟା ବାଘୁଣୀ ‘ରେବତୀ’ର ମୃତ୍ୟୁ ଘଟିଛି। ଦୀର୍ଘ ଦୁଇମାସ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ଆକାନ୍ତ ହୋଇ ନନ୍ଦନକାନନ ପରିସରରେ ଥିବା ଭେଟେରିନାରି ଆଇସିୟୁରେ ରେବତୀର ଚିକତ୍ସା କରାଯାଉଥିଲା। ମାତ୍ର ଆଜି ସକାଳ ସାଢ଼େ ୫ଟା ସମୟରେ ତାର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ ଯେ ୧୯୯୯ ମସିହା ଜୁଲଇ ୩ ତାରିଖ ଦିନ ରେବତୀ ରୋହିତ ନାମକ ବାଘର ଔରସରୁ ଶୈଳାଜା ନାମକ ବାଘୁଣୀ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲା। ରେବତୀର ମୃତ୍ୟୁ ପରେ ଏବେ ୧୬ଟି ସାଧାରଣ ବାଘ ଓ ୮ଟି ଧଳା ବାଘ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୨ଟି ମାଈ ଓ ୧୨ଟି ଅଣ୍ଡିରା ବାଘ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର