‘ସୁନ୍ଦରୀ’କୁ ଦେଖିଲେ ଏନ୍‌ଟିସିଏ ମୁଖିଆ : ବାଘୁଣୀ ପାଖକୁ ଗଲେନି, ସିସିଟିଭିରୁ ସ୍ଥିତି ପରଖିଲେ

0

ଅନୁଗୁଳ : ନିର୍ବାଚନୀ ହାୱାରେ ପୂରା ଦେଶ ଏବେ ସରଗରମ ହୋଇଥିବା ବେଳେ ସାତକୋଶିଆର ବାଘୁଣୀ ପ୍ରସଙ୍ଗ ପୂରା ଶିଥିଳ ପଡ଼ିଛି। ନିର୍ବାଚନ ପରେ ବାଘୁଣୀର ବିଚାର ହେବ ବୋଲି କୁହାଯାଉଥିବା ବେଳେ ଆଜି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ (ଏନ୍‌ଟିସିଏ)ର ମୁଖ୍ୟ ଅନୁପ ନାୟକ ଦିଲ୍ଲୀରୁ ଦୁଇ ଦିନିଆ ସାତକୋଶିଆ ଗସ୍ତରେ ଆସି ବାଘୁଣୀ ‘ସୁନ୍ଦରୀ’ର ସ୍ଥିତି ପରଖିଛନ୍ତି। ଏନ୍‌କ୍ଲୋଜରରେ ବନ୍ଦୀ ସୁନ୍ଦରୀ ନିକଟକୁ ଯଦିଓ ସେ ଯାଇ ନାହାନ୍ତି, ତଥାପି ଏନ୍‌କ୍ଲୋଜରରେ ଖଞ୍ଜା ହୋଇଥିବା ସିସିଟିଭି ଫୁଟେଜ୍‌ରୁ ବାଘୁଣୀ ସ୍ଥିତି କ’ଣ ଓ କେମିତି ଅଛି ସେ ସମ୍ପର୍କରେ ତନ୍ନତନ୍ନ କରି ଦେଖିଛନ୍ତି। ତା’ ସହିତ ଅଧୁରା ବ୍ୟାଘ୍ର ପ୍ରକଳ୍ପ ସମ୍ପର୍କରେ ଅନୁଗୁଳ ଆର୍‌ସିସିଏଫ୍‌, ଡିଏଫ୍‌ଓ ଏବଂ ବନ କର୍ମଚାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଜନ ସଚେତନତା ଏବଂ ଜଙ୍ଗଲ ସୁରକ୍ଷାକୁ ସେ ଗୁରୁତ୍ବ ଦେଇଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ମୁତାବକ, ଶ୍ରୀ ନାୟକ ପ୍ରଥମେ ଓଡ଼ିଶା ଚିଫ୍‌ ୱାଇଲ୍‌ଡ଼ ଲାଇଫ୍‌ ୱାଡ଼େନଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବା ପରେ ସିଧା ସାତକୋଶିଆର ରାଇଗୁଡ଼ା ଜଙ୍ଗଲକୁ ଯାଇଥିଲେ। ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହି ବାଘୁଣୀ ସ୍ଥିତି ସମୀକ୍ଷା କରିଥିଲେ। ଯେହେତୁ ବାଘୁଣୀ ଦୀର୍ଘ ଦିନ ହେଲା ଏନ୍‌କ୍ଲୋଜର ଭିତରେ ବନ୍ଦୀ ଅବସ୍ଥାରେ ରହିଲାଣି, ଏନ୍‌କ୍ଲୋଜରକୁ ମଧ୍ୟ ସଂପ୍ରସାରିତ କରାଯାଇ ନାହିଁ ଏବଂ ବାଘୁଣୀର ଜଙ୍ଗଲୀ ପ୍ରବୃତ୍ତିକୁ ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି, ତେଣୁ ଏନ୍‌କ୍ଲୋଜରର ଅତି ନିକଟରୁ ବାଘୁଣୀକୁ ଦେଖିଲେ ତା’ର ଜଙ୍ଗଲୀ ପ୍ରବୃତ୍ତିରେ ବାଧା ଉପୁଜିବା ଆଶଙ୍କାରେ ବାଘୁଣୀ ପାଖକୁ ନ ଯାଇ ସିସିଟିଭିରୁ ତା’ର ଗତିବିଧି ନିରୀକ୍ଷଣ କରିଥିଲେ।

ଏ ସମ୍ପର୍କରେ ସାତକୋଶିଆ ଡିଏଫ୍‌ଓ ରାମା ସ୍ବାମୀ ପି. କହିଛନ୍ତି, ଏନଟିସିଏ ମୁଖ୍ୟ ଶ୍ରୀ ନାୟକ ଦୁଇଟି ପ୍ରସଙ୍ଗ ଉପରେ ଗୁରୁତ୍ବ ଦେଇଛନ୍ତି। ଜନ ସମ୍ପର୍କ ଏବଂ ଜଙ୍ଗଲ ସୁରକ୍ଷା ଯେମିତି କଡ଼ାକଡ଼ି ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.