ସାତକୋଶିଆ: ବାଘୁଣୀ ସୁନ୍ଦରୀ ପୁଣି ମଣିଷ ମାରିଥିବା ଅଭିଯୋଗ

ଅନୁଗୋଳ/ବନ୍ତଳା: ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିବା ବାଘୁଣୀ ‘ସୁନ୍ଦରୀ’ ଆଜି ସକାଳେ ପୁଣି ଜଣେ ବ୍ୟକ୍ତିଙ୍କୁ ମାରିଥିବା ଅଭିଯୋଗ ହୋଇଛି। ବାଘୁଣୀ ଉକ୍ତ ବ୍ୟକ୍ତିଙ୍କର କାନ୍ଧ ଏବଂ ପିଚାକୁ କାମୁଡ଼ି ଖାଇଛି ବୋଲି ମଧ୍ୟ ଲୋକେ କହୁଛନ୍ତି।

ମୃତ ବ୍ୟକ୍ତି ହେଉଛନ୍ତି ଟାଇଁଶି ଗାଁ’ର ଶ୍ରୀନାଥ ସାହୁ। ମୃତ ବ୍ୟକ୍ତି ହେଉଛନ୍ତି ଟାଇଁଶି ଗାଁ’ର ଶ୍ରୀନାଥ ସାହୁ। ୬୦ ବର୍ଷ ବୟସ୍କ ଶ୍ରୀନାଥ ଆଜି ସକାଳେ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ପାଖାପାଖି ନିଜ ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲିଆ ଜମିରେ ନିଜ ପୁଅ ସହ ହଳ କରୁଥିଲେ। ପୁଅକୁ ହଳ ଧରାଇ ସେ କିଛି ଦୂରରେ ଥିବା ଏକ ଗଛମୂଳକୁ ଯାଇଥିବା ବେଳେ ତାଙ୍କୁ ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣ କରି ମାରି ଦେଇଥିବା କଥା ସ୍ଥାନୀୟ ଲୋକେ କହୁଛନ୍ତି।

ଗତ ରାତିରେ ବାଘୁଣୀ ‘ସୁନ୍ଦରୀ’ ଗାଁ ମୁଣ୍ଡରେ ବୁଲୁଥିବା କଥା ଲୋକେ ଦେଖିଥିବା ଶୁଣାଯାଉଛି। ଏ ସଂକ୍ରାନ୍ତରେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।

ଅତୀତରେ ହାତୀବାରି ଗାଁ’ର କୈଳାସୀ ସାଏ ନାମ୍ନା ଜଣେ ମହିଳା ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ନିହତ ହୋଇଥିବା କଥା ଅଭିଯୋଗ ହୋଇଥିଲା। ଏ ଘଟନା ଯୋଗୁଁ ଟିକରପଡ଼ା ଅଞ୍ଚଳରେ ହିଂସାକାଣ୍ଡ ଘଟିଥିଲା। ଏଥିରେ ବନବିଭାଗର ପ୍ରାୟ ୫ କୋଟି ଟଙ୍କା ନଷ୍ଟ ହୋଇଥିଲା।

ସମ୍ବନ୍ଧିତ ଖବର