ଭୁବନେଶ୍ବର: ଏବେ ଓଡ଼ିଶାର ଜଣେ ମହିଳା ପୁଲିସକର୍ମଚାରୀ ଟିକ୍-ଟକ୍ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମହିଳା ପୁଲିସ ଜଣଙ୍କ ୟୁନିଫର୍ମରେ ରହିଥିବା ବେଳେ ତାଙ୍କ ସହ ଅନ୍ୟ କେତେ ଜଣଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ବଲିଉଡ୍ ଗୀତ ‘ଦୁନିଆ ହେ ମେରେ ପିଛେ...’ରେ ନାଚିବା ସହ ମହିଳା ପୁଲିସକର୍ମୀଜଣଙ୍କ ବିଭିନ୍ନ ଡାଏଲଗ୍ କହୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକ୍-ଟକରେ ସେୟାର କରାଯାଇଥିବା ସହ ଏହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ଟିକ୍ -ଟକର @ଅନଭିକା ନାମକ ଆଇଡିରୁ ଏହି ଭିଡିଓ ସେୟାର କରାଯାଇଥିବା ଦେଖାଯାଇଛି।
ମହିଳା ପୁଲିସକର୍ମୀଙ୍କର ଏଭଳି ଭିଡିଓ ଭାଇରାଲ ହେବା ପରେ ଲୋକେ ପୁଲିସ ୟୁନିଫର୍ମ ଏବଂ କାମ ପ୍ରତି ପୁଲିସକର୍ମୀଙ୍କ ନିଷ୍ଠା ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। ଭିଡିଓରେ ତାଙ୍କ ସହ ଅନ୍ୟ ମହିଳା ପୁଲିସକର୍ମୀମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିବା ବେଳେ କାମ ନ କରି ଏଭଳି ଭିଡିଓ ବନାଉଥିବାରୁ କିଛି ଲୋକ ଏହାର ସମାଲୋଚନା କରିବା ଆରମ୍ଭ କରିଛନ୍ତି।
ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ମାଲକାନାଗିରି ଜିଲ୍ଲାରେ ଥିବା ଏକ ଡାକ୍ତରଖାନାର ନର୍ସମାନେ ଡିୟୁଟି ସମୟରେ ଟିକ୍-ଟକ୍ ଭିଡିଓ ବନାଇ ବିବାଦରେ ଛନ୍ଦି ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Lady-Police-tik-tok-vdo27_Thumb.jpg)