ଆସନ୍ତାକାଲି ପୁରୀ ଯିବ ଚଳିତ ବର୍ଷର ପ୍ରଥମ ରଥକାଠ

ଦଶପଲ୍ଲା : ଦଶପଲ୍ଲାର ଆରାଧ୍ୟ ଦେବ ପ୍ରଭୂ ମହାବୀରଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଆସନ୍ତାକାଲି ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବ ଚଳିତ ବର୍ଷର ପ୍ରଥମ ରଥକାଠ। ଏ ନେଇ ଆଜି ଦଶପଲ୍ଲା ବନାଂଚଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସଂଧ୍ୟାରେ ୩ଗୋଟି ଟ୍ରକ୍‌ ଯୋଗେ ଚଢେୟାପଲ୍ଲୀ ଓ ବାଣିଗୋଛା ସେକ୍ସନରୁ ମୋଟ ୯୦ ଖଣ୍ତ ଅସନ ଓ ଧଉରା କାଠ ବୋଝେଇ ହୋଇ ଦଶପଲ୍ଲାରେ ପହଞ୍ଚିଛି। ସେଥିମଧ୍ୟରୁ ୨୦ ଓ ୧୨ ଫୁଟର ୫୭ ଖଣ୍ତ ଅସନ ଓ ଧଉରା ୨ଗୋଟି ଟ୍ରକ୍‌ ଯୋଗେ ରଥଖଳାକୁ ପଠାଯିବା ପାଇଁ ରହିଥିବା ବେଳେ ୧୨ ଫୁଟର ୩୩ ଖଣ୍ତ ଧଉରା କଟକସ୍ଥିତ ସ-ମିଲ୍‌କୁ ପଠାଯିବା ପାଇଁ ସ୍ଥିର ହୋଇଥିବା ବନାଞ୍ଚଳ ଅଧିକାରୀ ସୋମନାଥ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର