ତିର୍ତୋଲ/ପାରାଦୀପ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକ ଶନିବାର ଗୁରୁତର ଆହତ ହୋଇଛନ୍ତି। ତିର୍ତୋଲ ବ୍ଲକ ସଦ୍ଭାବନା ଗୃହରେ ଶେଷ ହୋଇଥିବା ଦିବ୍ୟାଙ୍ଗ ସଚେତନତା ଶିବିରରେ ସେ ଯୋଗ ଦେଇଥିଲେ। ଅପରାହ୍ଣ ୩ଟା ୩୦ରେ ଏହି ବୈଠକ ଶେଷ ହୋଇଥିଲା। ବୈଠକ ପରେ ସେ ବାହାରକୁ ଆସୁଥିବା ବେଳେ, ଗୋଡ଼ ଖସି ଯିବାରୁ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାକୁ ନିଆଯାଇଛି। ବିଧାୟିକା ରାଜଶ୍ରୀଙ୍କ ହାତ ଭାଙ୍ଗି ଯାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି।
ଗୋଡ଼ ଖସି ଯିବାରୁ ବିଧାୟିକା ରାଜଶ୍ରୀ ମଲ୍ଲିକ ଗୁରୁତର, ଏସ୍ସିବି ସ୍ଥାନାନ୍ତର
/sambad/media/post_attachments/wp-content/uploads/2017/11/Rajashree-Mallik_MLA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)