୧୫ ହଜାର ସମର୍ଥକଙ୍କ ପଟୁଆର ନେଇ ପ୍ରାର୍ଥୀପତ୍ର ଦାଖଲ କଲେ ତିରୁପତି ପାଣିଗ୍ରାହୀ

0

ଗଜପତି: ଗୁରୁବାର ଅପରାହ୍ଣ ପରେ ପ୍ରାୟ ୧୫ ହଜାର ସମର୍ଥକମାନଙ୍କ ସହ ବିରାଟ ପଟୁଆରରେ ଯାଇ ତିରୁପତି ପାଣିଗ୍ରାହୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଶ୍ରୀ ପାଣିଗ୍ରାହୀ କଂଗ୍ରେସ ଆଶାୟୀ ପ୍ରାର୍ଥୀ ହୋଇଥିଲେ ବି ତାଙ୍କୁ ଏ ପର୍ଯ୍ୟନ୍ତ ଦଳ ତରଫରୁ ଟିକେଟ୍‌ ମିଳି ନାହିଁ। ତେଣୁ ସେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କ କାର୍ଯ୍ୟାଳୟରେ ୨ ସେଟ୍‌ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଗୋଟିଏ ସେଟ୍‌ କଂଗ୍ରେସ ପାଟି ତରଫରୁ ଓ ଅନ୍ୟଟି ସ୍ୱାଧୀନ ଭାବେ। ଯଦି କଂଗ୍ରେସ୍‌ ପାର୍ଟିରୁ ତାଙ୍କୁ ଟିକେଟ୍‌ ନ ମିଳେ ସେ ସ୍ୱାଧୀନ ଭାବେ ବିଧାନସଭା ନିର୍ବାଚନ ଲଢ଼ିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.