ତାପମାତ୍ରା: ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି, ୪୫.୨ ଡିଗ୍ରିରେ ସିଝିଲା ଟିଟିଲାଗଡ଼

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଛି । ସକାଳ ୯ଟା ପରେ ବାହାରକୁ ଯିବା କଷ୍ଟ ହେଉଛି । ପଶ୍ଚିମ ଓଡ଼ିଶାରେ ସ୍ଥିତି ଆହୁରି ଖରାପ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଟିଟିଲାଗଡ଼ରେ ଆଜି ୪୫.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।

ରାଜ୍ୟର ୧୨ଟି ସହରରେ ଆଜି ତାପମାତ୍ରା ୪୦ ଡ୍ରିଗ୍ରିରୁ ଅଧିକ ରେକର୍ଡ କରାଯାଇଛି । ବଲାଙ୍ଗୀରରେ ଦ୍ୱିତୀୟ ସର୍ବାଧିକ ୪୩.୮ ଡିଗ୍ରି, ଭବାନୀପାଟଣାରେ ୪୩ ଡିଗ୍ରି, ମାଲକାନଗିରିରେ ୪୨.୫ ଡିଗ୍ରି, ସମ୍ବଲପୁରରେ ୪୨.୩ ଡିଗ୍ରି, ସୋନପୁରରେ ୪୨.୨ ଡିଗ୍ରି, ବୌଦ୍ଧରେ ୪୨ ଡିଗ୍ରି, ଝାରସୁଗୁଡ଼ାରେ ୪୧.୮ ଡିଗ୍ରି, ହୀରାକୁଦରେ ୪୧.୧ ଡିଗ୍ରି, ଫୁଲବାଣୀରେ ୪୦.୮ ଡିଗ୍ରି, ସୁନ୍ଦରଗଡ଼ରେ ୪୦.୫ ଡିଗ୍ରି ଓ ପାରଳାଖେମୁଣ୍ଡିରେ ୪୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।

ସମ୍ବନ୍ଧିତ ଖବର