ଗୋପାଳପୁର ଠାରୁ ୩୨୦ କିଲୋମିଟର ଦୂରରେ ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ତିତଲି’, ୧୬୦ କିଲୋମିଟର ବେଗରେ ପବନ ବହିପାରେ

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରକ ଝଡ଼ ‘ତିତଲି’ ଗତକାଲି ବିଳମ୍ବିତ ରାତିରେ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି। ।ଏହା ଆଜି ସକାଳ ସାଢ଼େ ୧୧ଟା ବେଳେ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୁପ ନେଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଅତି ଭୀଷଣ ସାମୁଦ୍ରକ ଝଡ଼ ‘ତିତଲି’ ଏବେ ଗୋପାଳପୁର ଠାରୁ ୩୬୦ କିଲୋମିଟର ଦୂରରେ ରହିଛି ଓ ଏହା ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି। ତେବେ ତିତଲିର ଗତି ଧୀର ଥିବାରୁ ଏହା ଜଳଭାଗରେ ଅଧିକ ସମୟ ରହିବା ସହିତ ଅଧିୀକ ।କ୍ତି ସଂଗ୍ରହ କରି ଭୟଙ୍କର ହୋଇ ଉଠୁଥିବା ଆଶଙ୍କା କରାଯାଉଛି। ଏହା ଯେତେବେଳେ ସ୍ଥଳଭାଗ ଛୁଇଁବ, ସେତେବେଳେ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୧୪୫ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ସତର୍କ କରି ଦେବା ସହିତ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କୁ ସତର୍କ କରି ଦେଇଛନ୍ତି।
ସାମୁଦ୍ରୀକ ଝଡ଼ ‘ତିତିଲି’ ଆଜି ସକାଳ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଅଭିମୁଖେ ଆଗାଉଛି। ଏହାର ପ୍ରଭାବରେ ଉପକୂଳରେ ଆଜି ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ସନ୍ଧ୍ୟାରୁ ଦକ୍ଷିଣ ଉପକୂଳରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ। ଏହା କ୍ରମଶଃ ବୃଦ୍ଧି ପାଇ ଆସନ୍ତାକାଲି ସକାଳ ସୁଦ୍ଧା ପବନର ବେଗ ୧୨୦ରୁ ୧୩୦ କିଲୋମିଟରକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।। ସ୍ଥଳବିଶେଷରେ ୧୪୫ରୁ ୧୬୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ୧୨ ତାରିଖ ଯାଏ ସମୁଦ୍ର ଭୟଙ୍କର ଭାବେ ଅଶାନ୍ତ ରହିବାର ଆଶଙ୍କା ଥିବାରୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରି ଦିଆଯାଇଛି।

ସମ୍ବନ୍ଧିତ ଖବର