ତିତ୍‌ଲି ତାଣ୍ଡବ : ୩୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଭୁବନେଶ୍ବର : ଅତି ପ୍ରଚଣ୍ଡ ରୂପ ଧାରଣ କରି ଭୀଷଣ ସାମୁଦ୍ରିକ ଝଡ଼ବାତ୍ୟା ‘ତିତଲି’ ଆଜି ଭୋର ସାେଢ ଚାରିଟାରୁ ସାେଢ ପାଞ୍ଚଟା ମଧ୍ୟରେ ଭୂଭାଗ ସ୍ପର୍ଶ କରିବା ସହିତ ସୀମାନ୍ତ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାରେ ମହାତାଣ୍ଡବ ରଚନା କରିଛି। ଗୋପାଳପୁରର ଦକ୍ଷିଣ ପଶ୍ଚିମକୁ ଅର୍ଥାତ୍ ୭୦ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା ଅନ୍ତର୍ଗତ ପଲାସାଠାରେ ମାଡ଼ ହୋଇଛି। ସେତେବେଳକୁ ପବନର ବେଗ ଘଣ୍ଟାପ୍ରତି ୧୬୫ କିେଲାମିଟର ଥିଲା। ଏପଟେ ଓଡ଼ିଶାର ଗୋପାଳପୁରରେ ଘଣ୍ଟାପ୍ରତି ୧୨୬ କିଲୋମିଟର ବେଗରେ ପବନ ବହିଥିଲା। ଏଭଳି ଉଗ୍ର ରୂପ ଧାରଣ କରି ତିତଲି ଛାରଖାର କରିେଦଇଛି ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାକୁ। ଆଂଶିକ ଭାବେ ପୁରୀ ଜିଲ୍ଲାର କିଛି ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଥିବା ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ତିତଲି ଏତେ ଉଗ୍ର ହୋଇ ଉଠିଥିଲା ଯେ ଚାଳ ଘର ତ ଦୂରର କଥା ଟିଣ ଛପର ଉଡାଇ ଦେଇଥିଲା ଶୂନ୍ୟରେ। ଶହ ଶହ ବିଶାଳ ଗଛକୁ ମୋଡି ମକଚି ଧରାଶାୟୀ କରି ଦେଇଥିଲା। ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଦେଇଥିଲା। ଶହ ଶହ ଲୋକ ବାସଚ୍ୟୁତ ହୋଇ ପଡିଥିଲା ବେଳେ କିେଲାମିଟର କିେଲାମିଟର ବିଦ୍ୟୁତ ତାର ଛିଣ୍ଡି ବିଛାଡି ହୋଇ ପଡିଥିଲା ରାଜରାସ୍ତାରେ।

ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଗଜପତି ଜିଲ୍ଲା ସମ୍ପୂର୍ଣ୍ଣ ଅନ୍ଧାର ରହିଛି। ଗଂଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ। ସେହିଭଳି ରାୟଗଡା ସ୍ଥିତି ବି ଗମ୍ଭୀର। ଗ୍ରାମାଞ୍ଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ସହରାଞ୍ଚଳର ଦୁଇ ତୃତୀୟାଂଶରେ ଅନ୍ଧାର ରାଜୁତି କରୁଛି। ଅେନକ ଅଞ୍ଚଳକୁ ଯାଗାେଯାଗ ମଧ୍ୟ ବିଚ୍ଛିନ୍ନ ହୋଇ ରହିଛି।

ତେବେ ସରକାର ଦାବି କରିଛନ୍ତି, ତିତଲି ବିପର୍ଯ୍ୟୟରେ ଜଣକର ବି ପ୍ରାଣହାନି ଘଟିନାହିଁ। କିନ୍ତୁ ପବନରେ ଗଂଜାମ ଜିଲ୍ଲା ଚିକିଟି ବ୍ଲକ କେ.ନୂଆଗାଁରେ ଗଛ ପଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ରାଜେଶ୍ବରୀ ନାଇକ ଓ ସେ ଅଷ୍ଟମ ଶ୍ରେଣୀ ଛାତ୍ରୀ। ସୁଦର୍ଶନ ନାଇକଙ୍କ ଘର ଆଗରେ ଥିବା ଏକ ଗଛ ପ୍ରବଳ ପବନ ଯୋଗୁଁ ପଡ଼ିଯାଇଥିଲା। ଟିଣ ଘର ଭାଙ୍ଗିବା ସହ ଗଛ ପଡ଼ି ରାଜେଶ୍ବରୀଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି ସୋରଡ଼ାରେ ନଦୀରେ ଭାସିଯାଇ ୬ ଜଣ ନିଖୋଜ ଥିବା ସୂଚନା ମିଳିଛି।

ସେହିଭଳି ଆନ୍ଧ୍ର ପ୍ରଦେଶରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ମୃତକମାନେ ବିଜୟନଗରମ୍ ଏବଂ ଶ୍ରୀକାକୁଲମ ଜିଲ୍ଲାର ବୋଲି ସୂଚନା ମିଳିଛି। ଆନ୍ଧ୍ରର ଏହି ଦୁଇ ଜିଲ୍ଲାରେ ପ୍ରବଳ କ୍ଷୟକ୍ଷତି ହୋଇଛି। ବିଦ୍ୟୁତ୍‌ ସରବରାହ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି ।

ଗ୍ରାମାଞ୍ଚଳ ସହ ସହରର ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି।

ଏପଟେ ବାତ୍ୟା ବିପର୍ଯ୍ୟୟକୁ ଆହୁରି ଅଧିକ ଭୀଷଣ କରିଛି ବର୍ଷା। ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାରେ ଗତକାଲି ଠାରୁ ଜାରି ରହିଥିବା ମୂଷଳ ଧାରାରେ ବର୍ଷା କାରଣରୁ ଋଷିକୂଲ୍ୟା, ବଂଶଧାରା, ବାହୁଡା ନଦୀରେ ବଡ଼ ବନ୍ୟା ଆସିଲାଣି। ଏମିତି ଫୁଲୁଛି ଯେ ବ୍ରହ୍ମପୁର-ଭଂଜନଗର, ବ୍ରହ୍ମପୁର-ଆର୍ ଉଦୟଗିରି-ପାରଳାଖେମୁଣ୍ଡି,ପାରଳାଖେମୁଣ୍ଡି-କାଶୀନଗର-ଗୁଣୁପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବନ୍ୟା ଘେରରେ ହଜାର ହଜାର ଲୋକ ଫସି ରହିଛନ୍ତି।

ରିପୋର୍ଟ ଅନୁସାରେ, ଏହି ତିନିଟି ନଦୀ ବିପଦ ସଙ୍କେତ ଡେଇଁଛି। ବାହୁଡା ନଦୀର କଳିଙ୍ଗଦୋଳଠାରେ ବିପଦ ସଙ୍କେତ ୩୩ ମିଟର ଥିବା ବେଳେ ଜଳପତ୍ତନ ଏହାଠାରୁ ୭୦ ସେଣ୍ଟିମିଟର ଉପରେ ରହିଛି। ସେହିପରି ବଂଶଧାରା ଗଜପତି ଜିଲ୍ଲାର କାଶୀନଗର ଠାରେ ବିପଦ ସଙ୍କେତ (୫୪.୬ ମିଟର) ଠାରୁ ୧.୦୪ ମିଟର ଉପରେ ରହି ଆହୁରି ବଢୁଛି। ରାୟଗଡାର ଗୁଣୁପୁର ଠାରେ ମଧ୍ୟ ବିପଦ ସଙ୍କେତ (୮୪ମିଟର)ର ଉପରକୁ ଚାଲିଗଲାଣି। ଋଷିକୂଲ୍ୟାେର ବିପଦ ସଙ୍କେତ ୧୬.୮୩ମିଟର ଥିବା ବେଳେ ଜଳସ୍ତର ଏହାର ଉପରକୁ ଚାଲିଗଲାଣି। ଜଳକା ନଦୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଗତକାଲି ଠାରୁ ଆଜି ସକାଳ ସୁଦ୍ଧା ଗଜପତି ଜିଲ୍ଲାରେ ୨୨୮.୪ ମିଲିମିଟର, ଆର୍ ଉଦୟଗିରିରେ ୨୨୩.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ସର୍ବାଧିକ ବର୍ଷା ହୋଇଥିଲା ମୋହନରେ (୩୧୫ମିମି)। ସେହିଭଳି ଗଞ୍ଜାମରେ ୧୨୩.୨ ମିମି, ଜଗତସିଂହପୁର ଏରସମାେର ୨୧୦ ମିମି, ବାଲେଶ୍ବରରେ ୧୦୨.୧ ମିମି, କେନ୍ଦ୍ରାପଡାରେ ୭୭.୯ ମିମି, ଯାଜପୁର ଜିଲ୍ଲାରେ ୭୩.୫ ମିମି, କଟକରେ ୭୧.୭ ମିମି, ପୁରୀରେ ୬୯.୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା।

ହେଲେ ତିତଲି ସ୍ଥଳ ଭାଗକୁ ଛୁଇଁଲା ପରେ ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ବର୍ଷାର ପ୍ରକୋପ କମିନଥିଲା। ସକାଳ ୬ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଭଞ୍ଜନଗରେର ୧୬୮ ମିଲିମିଟର, ସୋରିସା ମୁଳିରେ ୧୪.୯ ମିଲିମିଟର, ମାଧବୋରିଡାେର ୨୫୫ ମିମି, ଖଣ୍ଡରାଭାଲିେର ୨୫୩ମିମି, ଜାନିଭିଲିେର ୨୫୪ ମିମି, ସୋରଡାେର ୨୫୭ ମିମି, ଆସ୍କାେର ୧୬୮ ମିମି, ଦହ ଡ୍ୟାମ ଉପରେ ୨୬୩ ମିମି ଓ ବାହୁଡା ଡ୍ୟାମ୍ ଉପରେ ୬୩ ମିମି ବର୍ଷା ହେବାରୁ ହଠାତ୍ ସବୁ ନଦୀ ଫୁଲି ଉଠିଛି। ଗାଁ ଗଣ୍ଡା ଜଳାର୍ଣ୍ଣବ ହୋଇଯାଇଛି। ପରିଣାମରେ ଲୋକଙ୍କ ଦୁର୍ଦଶା ବହୁଗୁଣିତ ହୋଇଗଲାଣି।

ରାଜ୍ୟ ସରକାର ପରିସ୍ଥିତିକୁ ଲକ୍ଷ୍ୟ ରଖି ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିବା ରିଲିଫ୍ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି।

ବଦଳିଲା ଗତିପଥ

ଭୁବନେଶ୍ବର : ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ ଅନୁସାରେ, ତିତଲିର ପ୍ରକୋପ ଧୀରେ ଧୀରେ ହ୍ରାସ ପାଉଛି ଓ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇ ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର ଆଡକୁ ମୁହାଁଉଛି। ଆସନ୍ତାକାଲି ସକାେଳ ଏହା ଆହୁରି ଦୁର୍ବଳ ହେବ ଏବଂ ଅବପାତରେ ପରିଣତ ହେବ। ସେତେବେଳକୁ ଘଣ୍ଟାପ୍ରତି ପବନର ବେଗ ୪୦ରୁ ୫୦ କିଲୋମିଟର ଥିବ। ସନ୍ଧ୍ୟା ୬ଟା ବେଳକୁ ଏହା କନ୍ଧମାଳ ନିକଟରେ ବାତ୍ୟା ରୂପରେ ରହିଥିଲା। ଏହାର ପ୍ରଭାବରେ ଆସନ୍ତାକାଲି ମଧ୍ୟ ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ମୟୂରଭଂଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୧୩ ତାରିଖ ବେଳକୁ ବର୍ଷାର ପ୍ରକୋପ ଆଉ ଓଡ଼ିଶାରେ ନ ଥିବ।

ସମ୍ବନ୍ଧିତ ଖବର