ଆଜି ଟିଟିଲାଗଡ଼ରେ ସର୍ବାଧିକ ୪୪ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ସମଗ୍ର ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସୂର୍ଯ୍ୟଙ୍କ ପ୍ରଖର କିରଣ ଦେଖିବାକୁ ମିଳିଛି । ମୁଣ୍ଡଫଟା ଖରା ଯୋଗୁଁ ରାସ୍ତାଗୁଡ଼ିକ ଖାଁ ଖାଁ ଲାଗିଛି । ରାଜ୍ୟର ୧୪ଟି ସହରର ତାପମାତ୍ରା ୪୪ ଡିଗ୍ରିରୁ ଅଧିକ ରେକର୍ଡ କରାଯାଇଛି । ଟିଟିଲାଗଡ଼ରେ ସର୍ବାଧିକ ୪୪ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ୪୩.୫ ଡିଗ୍ରି, ଅନୁଗୁଳ ଜିଲ୍ଲାରେ ୪୩.୧ ଡିଗ୍ରି, ବୌଦ୍ଧ ଓ ସମ୍ବଲପୁରରେ ୪୩ ଡିଗ୍ରି, ତାଳଚେର, ହୀରାକୁଦ ଓ ଝାରସୁଗୁଡ଼ାରେ ୪୨.୬ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।

ସେହିପରି ସୋନପୁରରେ ଆଜି ୪୨.୮ ଡିଗ୍ରି, ଭବାନୀପାଟଣାରେ ୪୨.୫ ଡିଗ୍ରି, ମାଲକାନଗିରିରେ ୪୨ ଡିଗ୍ରି, ସୁନ୍ଦରଗଡ଼ରେ ୪୧ ଡିଗ୍ରି, ଫୁଲବାଣୀରେ ୪୧.୪ ଓ ପାରଳାଖେମୁଣ୍ଡିରେ ୪୧.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି ।

ସମ୍ବନ୍ଧିତ ଖବର