ଟିଟୋର ୧୦ ଘନିଷ୍ଠ ସହଯୋଗୀ ରାଜ୍ୟ ପାର୍‌

ଏସ୍‌ଟିଏଫ୍‌ ରିମାଣ୍ଡରେ ଟିଟୋ, ସପୋ ଉପରେ ନଜର

ଭୁବନେଶ୍ୱର/କେନ୍ଦ୍ରାପଡ଼ା: ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ୍‌ ସୟଦ୍‌ ଉସମାନ୍‌ ଅଲ୍ଲୀକୁ ସ୍ୱତନ୍ତ୍ର ଟାସ୍କଫୋର୍ସ ଦ୍ୱିତୀୟ ଥର ପାଇଁ ୪ ଦିନିଆ ରିମାଣ୍ଡ୍‌ରେ ନେଇ ଜେରା ଚଳାଇଛି। କେଉଁମାନେ ଟିଟୋର ମୁଖ୍ୟ ସହଯୋଗୀ, କେଉଁମାନେ ତାର ଦାଦାବଟି, ଟେଣ୍ଡର ଫିକ୍ସିଂ, ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ଅପରାଧକୁ ସାକାର କରିଥାନ୍ତି, ପୁଲିସ୍‌ ସେମାନଙ୍କ ତାଲିକା ପ୍ରସ୍ତୁତ କରୁଛି। ଅଧିକାଂଶ ଅପରାଧରେ ଟିଟୋ ସିଧାସଳଖ ସଂପୃକ୍ତ ନ ଥାଏ। ଟିଟୋର ଅପରାଧିକ ଯୋଜନାକୁ ଯେଉଁମାନେ ବାସ୍ତବ ରୂପ ଦେଇଥାନ୍ତି, ସେମାନଙ୍କ ସମ୍ପର୍କରେ ଏବେ ତଥ୍ୟ ସଂଗ୍ରହ କରୁଛି ପୁଲିସ୍‌। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ରାଜ୍ୟ ବାହାରକୁ ଚାଲି ଯାଇଥିବା ସନ୍ଦେହ କରାଯାଉଛି। ଟିଟୋର ଅତ୍ୟନ୍ତ ବିଶ୍ୱସ୍ତ ଭାବେ ସମସ୍ତ କାର୍ଯ୍ୟକଳାପ ସମ୍ଭାଳୁଥିବା ଭାଇ ସୟଦ୍‌ ଇମ୍ରାନ୍‌ ଅଲ୍ଲୀ ଓରଫ୍‌ ସପୋ ଉପରେ ଏବେ ପୁୁଲିସ୍‌ ନଜର ରଖିଛି। ସପୋ ନାମରେ ରହିଛି ୨୭ଟି ସଂଗୀନ ମାମଲା। ସେଥିରୁ ୩ଟି ହତ୍ୟାକାଣ୍ଡ ଓ ଅବଶିଷ୍ଟ ଟେଣ୍ଡର ଫିକ୍ସିଂ, ଦାଦା ବଟି ଆଦାୟ ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ଅଭିଯୋଗ ରହିଛି । ସେଥିପାଇଁ ଅତୀତରେ ସପୋର ଅପରାଧ ରେକର୍ଡର୍କୁ ତର୍ଜମା କରାଯାଉଛି । ଜିଲ୍ଲାର କେଉଁ ସ୍ଥାନରେ କେତେ ଅପରାଧରେ ସେ ସଂପୃକ୍ତ ଥିଲା, ସେ ସମ୍ପର୍କିତ ଅପରାଧ ରେକର୍ଡକୁ ଖୋଲିଛି କ୍ରାଇମ୍‌ ବ୍ରାଞ୍ଚ ଏସଟିଏଫ୍‌ । କେନ୍ଦ୍ରାପଡ଼ାର ବହୁ ଚର୍ଚ୍ଚିତ ଠିକାଦାର ପ୍ରଦୀପ ପରିଡ଼ା ହତ୍ୟାକାଣ୍ଡରେ ପୁଲିସ୍‌ ଟିଟୋର ଏହି ବିଶ୍ୱସ୍ତ ଭାଇ ସପୋ ଓ ଅନ୍ୟତମ ଭାଇ ଚିତୁର ସଂପୃକ୍ତି ନେଇ ତଦନ୍ତ କରିଥିଲା। ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ସେହି ହତ୍ୟାକାଣ୍ଡ ମାମଲାରେ ଉଭୟ ଭାଇ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଉକ୍ତ ମାମଲାର ତଦନ୍ତ ଏବଂ ତା’ର ଅନୁଗତଙ୍କ ସମ୍ପର୍କରେ ଏବେ ପୁଲିସ୍‌ ଖୋଳତାଡ କରୁଛି । କିନ୍ତୁ ଆଗୁଆ ସତର୍କ ହୋଇ ଟିଟୋ ଧରା ପଡ଼ିବା ପରେ ସପୋ ରାଜ୍ୟ ବାହାରକୁ ଫେରାର ହୋଇଯାଇଛି। ଟିଟୋର ଅତ୍ୟନ୍ତ ବିଶ୍ୱସ୍ତ ଭାବେ ୧୦ ଜଣଙ୍କୁ ଚିହ୍ନଟ କରିଛି କ୍ରାଇମ୍‌ବ୍ରାଞ୍ଚ । ସେମାନଙ୍କ ସମ୍ପର୍କରେ ଟିଟୋ ଠାରୁ ତଥ୍ୟ ସଂଗ୍ରହ କରାଯାଉଛି।

ସମ୍ବନ୍ଧିତ ଖବର