ଟିଟୋ ଓ ୫ ସହଯୋଗୀ ରାଜନଗର କୋର୍ଟରେ ହାଜର

ରାଜନଗର: ଟେଣ୍ଡର ଫିକ୍ସିଂ ଓ ଦାଦାବଟି ମାମଲାରେ ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ୍‌ ସୟଦ ଉସ୍‌ମାନ ଅଲ୍ଲୀଙ୍କ ସମେତ ମାଛୁ ଓରଫ୍‌ ସୟଦ ଆଦାସୁଦ୍‌ କାଦିର, ସେକ୍‌ ଅବଦୁଲା ଓରଫ୍‌ ରାଜେଶ, ଜାହାଙ୍ଗିର ଖାନ୍‌. ଇମ୍‌ତିଆଜ ଖାଁ ଓରଫ୍‌ ବାବୁ, ମହମ୍ମଦ ଅବଦୁଲା ଆସିଫ୍‌ ଓରଫ୍‌ ଗୋଲ୍‌ଡେନ୍‌ ପପୁକୁ ରାଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଆଜି ହାଜର କରାଯାଇଛି। ଅନ୍ୟପକ୍ଷରେ ଟିଟୋ ଓ ତାର ୫ ସହଯୋଗୀଙ୍କ ଜାମିନ୍‌ ପାଇଁ ପଟ୍ଟାମୁଣ୍ଡାଇ ଆଡିସ୍‌ନାଲ୍‌ ସେକ୍ସନ କୋର୍ଟରେ ଆବେଦନ କରାଯାଇଛି।

ସୂଚନାଯୋଗ୍ୟ ଯେ, ରାଜନଗର ଗାଁର ବୁଢା ଲେଙ୍କା ଓରଫ୍‌ ପ୍ରେମାନନ୍ଦ ଡ୍ରେନେଜ୍‌ ବିଭାଗର ୭ କୋଟି ଟଙ୍କାର ୩ଟି କାମ ଟେଣ୍ଡର ମାଧ୍ୟମରେ ପାଇଥିଲେ। ଏହି କାମକୁ ଟିଟୋ ଫିକ୍ସିଂ କରି ରାଜନଗର ଅଞ୍ଚଳର ୨ଜଣ ଠିକାଦାରଙ୍କୁ ଦେବାପାଇଁ ଚୟନ କରିଥିଲା। ମାତ୍ର ବୁଢା ଲେଙ୍କା ଟେଣ୍ଡର ପାଇଯିବା ପରେ ଟିଟୋର ସହଯୋଗୀମାନେ ତାଙ୍କୁ ଟେଲିଫୋନ୍‌ ଯୋଗେ ଧମକ ଦେବା ସହ ୭୦ ଲକ୍ଷ ଟଙ୍କା ମାଗିଥିଲେ। ଏଥିସହ ତାଙ୍କ ଘରେ ପହଞ୍ଚି ବାପାଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ବୁଢାଙ୍କ ଏତଲା ଉପରେ ଏସ୍‌ଟିଏଫ୍‌ ମାମଲା ରୁଜୁ କରି ଟିଟୋ ସମେତ ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ସମ୍ବନ୍ଧିତ ଖବର