ଦେବଗଡ଼: ରବିବାର ସକାଳେ ଦେବଗଡ଼ ଥାନା ଅନ୍ତର୍ଗତ ସାମନ୍ତରାପାଲି ଗାଁରେ ପାଣିହାଣ୍ଡିରେ ବୁଡ଼ି ଯାଇ ଜଣେ ଦୁଇ ବର୍ଷିୟ ବାଳକର ମୃତ୍ୟୁ ଘଟିଛି।
ମୃତ ବାଳକ ହେଉଛି ସାମନ୍ତରାପାଲି ଗାଁର ପ୍ରଶାନ୍ତ ସାହୁଙ୍କ ୨ ବର୍ଷିୟ ପୁଅ ପ୍ରିନ୍ସ୍। ସକାଳୁ ଉଠି ପ୍ରିନ୍ସ୍ ଖେଳାଖେଳି କରୁଥିବା ବେଳେ ଘର ଅଗଣାରେ ଥୁଆ ହୋଇଥିବା ଗୋଟାଏ ବଡ଼ ପାଣିହାଣ୍ଡି ପାଖକୁ ଚାଲିଯାଇ ପାଣିରେ ଖେଳୁଥିଲା। ପରିବାର ଲୋକଙ୍କ ଅଲକ୍ଷ୍ୟରେ ସେ ହାଣ୍ଡିଭିତରକୁ ଖସିପଡ଼ି ପାଣିରେ ବୁଡ଼ିଯାଇଥିଲା।
କିଛି ସମୟ ଧରି ପ୍ରିନ୍ସ୍ର ଅନୁପସ୍ଥିତି ଜାଣି ଘର ଲୋକେ ଚାରିଆଡ଼େ ଖୋଜାଖୋଜି କରିବା ବେଳେ ପାଣିହାଣ୍ଡି ଭିତରେ ତା’ର ନିସ୍ତେଜ ଶରୀର ଦେଖିଥିଲେ। ତୁରନ୍ତ ତାକୁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପ୍ରିନ୍ସ୍ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷରା କରିଥିଲେ।
ଘଟଣାସ୍ଥଳକୁ ଯାଇଥିବା ଦେବଗଡ଼ ପୁଲିସ ଦେବଗଡ଼ ଅପମୃତ୍ୟୁ ମାମଲା ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/child-death-coverpage.jpg)