ତାପମାତ୍ରା: ୧୩ ସହରର ପାରା ୪୦ ଉପରେ, ୪୫ ଡିଗ୍ରି ସହ ସମ୍ବଲପୁର ଉତ୍ତପ୍ତ ସହର

ଭୁବନେଶ୍ୱର: ଜୁନ ଦ୍ୱିତୀୟ ସପ୍ତାହ ଶେଷ ହେବାକୁ ଯାଉଥିଲେ ମଧ୍ୟ ସୂର୍ଯ୍ୟର ପ୍ରକୋପ କମି ନାହିଁ। ରାଜ୍ୟର ୧୩ଟି ସହରର ତାପମାତ୍ରା ମଙ୍ଗଳବାର ୪୦ ଡିଗ୍ରି ଉପରେ ରହିଛି। ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରି ରେକର୍ଡ କରାଯାଉଛି।

ଆଜିର ତାପମାତ୍ରା

ସମ୍ବଲପୁର: ୪୫ ଡିଗ୍ରି
ହୀରାକୁଦ: ୪୪.୪ ଡିଗ୍ରି
ଝାରସୁଗୁଡ଼ା: ୪୪.୨ ଡିଗ୍ରି
ଟିଟିଲାଗଡ଼: ୪୩.୪ ଡିଗ୍ରି
ତାଳଚେର: ୪୨.୫ ଡିଗ୍ରି
ବଲାଙ୍ଗୀର: ୪୧.୮ ଡିଗ୍ରି
ଅନୁଗୁଳ: ୪୧.୭ ଡିଗ୍ରି
ସୁନ୍ଦରଗଡ଼: ୪୧.୦ ଡିଗ୍ରି
ଭବାନୀପାଟଣା: ୪୦.୬ ଡିଗ୍ରି
ଭୁବନେଶ୍ୱର: ୪୦.୨ ଡିଗ୍ରି
ମାଲକାନଗିରି: ୪୦.୨ ଡିଗ୍ରି
ଚାନ୍ଦବାଲି: ୪୦.୦ ଡିଗ୍ରି

ସୂଚନାଯୋଗ୍ୟ, ଓଡ଼ିଶାକୁ ମୌସୁମୀ ବାୟୁ ପହଂଚିବା ବିଳମ୍ବ ହେବାକୁ ଥିବା ବେଳେ ଆଜି ରାଜ୍ୟସାରା ତାପମାତ୍ରା ଅସହ୍ୟ ହୋଇପଡ଼ିଛି। ସକାଳ ୮ଟା ପରେ ଅପରାହ୍ଣ ୪ଟା ଯାଏଁ ପ୍ରବଳ ଖରା ହୋଇଛି।

ସମ୍ବନ୍ଧିତ ଖବର