ତାପମାତ୍ରା: ୯ ସହରରେ ପାରା ୪୦ ଡିଗ୍ରୀ ଉପରେ, ସୋନପୁର ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟର ୯ଟି ସହରର ତାପମାତ୍ରା ଗୁରୁବାର ୪୦ ଡିଗ୍ରି ଉପରେ ରହିଛି। ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋନପୁରରେ ଆଜି ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ସୋନପୁରର ତାପମାତ୍ରା ୪୩.୨ ଡିଗ୍ରି ଥିବାରୁ ମଧ୍ୟାହ୍ଣରେ ରାସ୍ତାଘାଟ ଖାଁ ଖାଁ ଲାଗୁଥିଲା। ସକାଳ ୮ଟାରୁ ଅପରାହ୍ଣ ୪ଟା ଯାଏଁ ବାହାରକୁ ବାହାରିବା ଅସହ୍ୟ ହୋଇ ପଡ଼ିଥିଲା।

ସୋନପୁର ଅପେକ୍ଷାକୃତ ବଲାଙ୍ଗୀରରେ ସାମାନ୍ୟ ୧ ଡିଗ୍ରି କମ ତାପମାତ୍ରା ଅନୁଭୂତ ହୋଇଥିଲା। ଏଠାକାର ତାପମାତ୍ରା ୪୩.୧ ଡିଗ୍ରି ହୋଇଥିବା ବେଳେ ଟିଟିଲାଗଡ଼ରେ ପାରା ୪୩.୦ ଡିଗ୍ରି ଛୁଇଁଛି।

ଅନ୍ୟ ୬ଟି ପ୍ରମୁଖ ସହରର ତାପମାତ୍ରା
-ଝାରସୁଗୁଡ଼ା: ୪୨.୬ ଡିଗ୍ରି
-ସମ୍ବଲପୁର: ୪୨.୩ ଡିଗ୍ରି
-ହୀରାକୁଦ: ୪୧.୫ ଡିଗ୍ରି
-ଭବାନୀପାଟଣା: ୪୧.୫ ଡିଗ୍ରି
-ସୁନ୍ଦରଗଡ଼: ୪୦.୦ ଡିଗ୍ରି
-ତାଳଚେର: ୪୦.୧ ଡିଗ୍ରି

ଆଭ୍ୟନ୍ତରୀଣ ଓଡ଼ିଶା ତୁଳନାରେ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ସାମାନ୍ୟ କମିଛି। ପରାଦୀପରେ ୩୨.୦ ଡିଗ୍ରି, ଥିବା ବେଳେ ଗୋପାଳପୁରରେ ୩୨.୪ ଡିଗ୍ରି ଥିଲା। ସେହିପରି ଭୁବନେଶ୍ୱରରେ ୩୭.୮ ଡିଗ୍ରି ଓ କଟକରେ ପାରା ୩୭.୫ ଡିଗ୍ରି ପାରା ଛୁଇଁଥିଲା।

ସମ୍ବନ୍ଧିତ ଖବର