ତାପମାତ୍ରା: ୧୧ ସହରର ପାରା ୪୦ ଟପିଲା, ୪୪.୬ ଡିଗ୍ରି ସହ ତାଳଚେର ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟର ୧୧ଟି ସହରର ତାପମାତ୍ରା ରବିବାର ଅସହ୍ୟ ହୋଇପଡ଼ିଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତାଳଚେରରେ ଆଜି ସର୍ବାଧିକ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ କରାଯାଇଛି। ତାଳଚେର ପରେ ସମ୍ବଲପୁର, ଟିଟିଲାଗଡ଼ ଓ ମାଲକାନଗିରିରେ ସମାନ ପରିମାଣ ତାପମାତ୍ରା ଅନୁଭୂତ ହୋଇଛି। ଏହି ୩ଟି ସହରରେ ଆଜି ତାପମାତ୍ରା ୪୪ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବେଳେ ବଲାଙ୍ଗୀରରେ ପାରା ୪୩.୮ ଡିଗ୍ରି ଛୁଇଁଛି।

ସେହିପରି ସୋନପୁରରେ ୪୩.୬, ହୀରାକୁଦରେ ୪୫.୨, ସୋନପୁରରେ ୪୩.୧, ଝାରସୁଗୁଡ଼ାରେ ୪୩.୦ ଓ ଭବାନୀପାଟଣାରେ ୪୨.୬ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ୱର ଓ କଟକରେ ଆଜି ତାପମାତ୍ରା ସାମାନ୍ୟ କମ ଅନୁଭୂତ ହୋଇଛି।

ପ୍ରମୁଖ ସହରର ତାପମାତ୍ରା

-ତାଳଚେର ୪୪.୬ ଡିଗ୍ରି
-ସମ୍ବଲପୁର ୪୪ ଡିଗ୍ରି
-ଟିଟିଲାଗଡ଼ ୪୪ ଡିଗ୍ରି
-ମାଲକାନଗିରି ୪୪ ଡିଗ୍ରି
-ବଲାଙ୍ଗୀର ୪୩.୮ ଡିଗ୍ରି
-ସୋନପୁର ୪୩.୬ ଡିଗ୍ରି
-ହୀରାକୁଦ ୪୩.୧ ଡିଗ୍ରି
-ଝାରସୁଗୁଡ଼ା ୪୩ ଡିଗ୍ରି
-ଭବାନୀପାଟଣା ୪୨.୬ ଡିଗ୍ରି

ଆଭ୍ୟନ୍ତରୀଣ ଓଡ଼ିଶା ତୁଳନାରେ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ମାତ୍ର ପଶ୍ଚିମ ଓଡ଼ିଶାର ତାପମାତ୍ରା ଅସହ୍ୟ ହୋଇପଡ଼ିଛି। ପୂର୍ବାହ୍ଣ ୧୦ଟା ବେଳେ ରାସ୍ତାଘାଟ ଶୂନ୍‌ଶାନ ହୋଇଯାଉଛି। ଘରୁ ପଦାକୁ ବାହାରିବା ସହଜ ହେଉନାହିଁ। ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯାଉ ନାହାନ୍ତି।

ସମ୍ବନ୍ଧିତ ଖବର