ବନ୍ଦ ହୋଇପାରେ ଟୋଲ୍‌ ଆଦାୟ!

ଭୁବନେଶ୍ବର : କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ସାରା ଦେଶରେ କେନ୍ଦ୍ର ସରକାର ତାଲା ବନ୍ଦ ଘୋଷଣା କରିଛନ୍ତି। ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଏହି ତାଲା ବନ୍ଦ ଜାରି ରହିବ। ଏହି ସମୟରେ ସମସ୍ତ ବ୍ୟବସାୟିକ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ସବୁ ରାଜ୍ୟକୁ ଗତକାଲି ନିର୍ଦ୍ଦେଶନାମା ପଠାଇଛି। ଏଭଳି ସ୍ଥିତିରେ ଟୋଲ୍‌ ଆଦାୟ କରୁଥିବା ସଂସ୍ଥା ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନ ହୋଇଥିବାରୁ ତା ଉପରେ ନିଷ୍ପତ୍ତି ନେବାକୁ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ଏନ୍‌ଏଚ୍‌ଏ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର