ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ଜଗମୋହନ

0 156

ପୁରୀ: ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତା ସୋମବାର ଦିନ ସକାଳ ଧୂପ ପରେ ଶ୍ରୀମନ୍ଦିର ଜଗମୋହନ ଖୋଲାଯିବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ।

ସୂଚନାଯୋଗ୍ୟ,  ପୂର୍ବରୁ ଏପ୍ରିଲ ୧୬ ତାରିଖ ସୁଦ୍ଧା ଜଗମୋହନ ଖୋଲିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ନୀତିକାନ୍ତି ସମୟରେ ଜଗମୋହନ ଭିତରକୁ ପ୍ରବେଶ ବନ୍ଦ ରହିବ ବୋଲି ଜଣାପଡ଼ିଛି। ସାଧାରଣ ଦିନରେ ମଙ୍ଗଳ ଆଳତିରୁ ଗୋପାଳବଲ୍ଲଭ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଦର୍ଶନାର୍ଥୀମାନେ ଜୟବିଜୟ ଦ୍ୱାର ଦେଇ ପ୍ରବେଶ କରିବେ ଏବଂ ବେହରଣ ଦ୍ୱାର ଦେଇ ଫେରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯାଇଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

three × five =